କର୍ତ୍ତବ୍ୟରୁ ଫୁରୁସତ ପାଇ ଫୁଟବଲ ଖେଳିଲେ ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକ, ମଇଦାନରେ ଚାଲିଲା ରିଅଲ ଫାଇଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : କାମ..କାମ…କାମ।… କର୍ତ୍ତବ୍ୟରୁ ଫୁରୁସତ ନଥାଏ। ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକଙ୍କ ଦୈନନ୍ଦିନ କାମରେ ଚାପରେ ରହନ୍ତି। ଆଜି ରବିବାର ଫୁରୁସତ ବାହାର କରି ମୈଦାନକୁ ଓହ୍ଲାଇଥିଲେ। ଫୁଟ୍‌ବଲ ଖେଳିଥିଲେ। ଅବସର ଥିଲା ବନ୍ଦୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ।

WINNER'S TEAM_TATA STEEL XI

କଳଙ୍ଗ ଷ୍ଟାଡିୟମରେ ସକାଳୁ ସକାଳୁ ପହଞ୍ଚିଥିଲେ ନେତା ମନ୍ତ୍ରୀ, ଅଧିକାରୀ, ସାମ୍ବାଦିକ। ସବୁ ଦିନ ଏମାନେ ଭିନ୍ନ ପରିବେଶରେ ଦେଖାଚାହାଁ ହୁଅନ୍ତି। ଆଜି କିନ୍ତୁ ଥିଲା ଭିନ୍ନ ପରିବେଶ। ନା କାମର ଚାପ ଥିଲା, ନା କିଛି ବାଧାବନ୍ଧନ। ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ, ଫୁଟ୍‌ବଲ ମ୍ୟାଚ୍‌ରେ। ଅବସର ଥିଲା ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ।

RUNNER'S TEAM_LEADERS XI

ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଲିଡର୍ସ ଇଲେଭନ, ବ୍ୟୁରୋକ୍ରାଟ୍‌ ଇଲେଭେନ, ମଡିଆ ଇଲେଭେନ ଓ ଆୟୋଜକ ଟାଟା ଷ୍ଟିଲ୍‌। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେତା-ସାମ୍ବାଦିକଙ୍କ ଦଳ। ୩-୨ ଗୋଲରେ ସାମ୍ବାଦିକଙ୍କୁ ହରାଇ ଦେଲା ନେତା ଓ ମନ୍ତ୍ରୀଙ୍କ ଦଳ। ମ୍ୟାଚର ହିରୋ ଥିଲେ ମନ୍ତ୍ରୀ ଅରୁଣ ସାହୁ। ୨ଟି ଗୋଲ ଦେଇଥିଲେ ଅରୁଣ ସାହୁ। ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟୁରୋକ୍ରାଟ୍‌ ଇଲେଭେନ୍‌କୁ ହରାଇ ଦେଲା ଟାଟା ଷ୍ଟିଲ୍‌। ନେତାଙ୍କ ଦଳ ଓ ଟାଟା ଷ୍ଟିଲ ମଧ୍ୟର ହୋଇଥିଲା ଫାଇନାଲ। ୩-୦ରେ ହାରି ଯାଇଥିଲା ଲିଡର୍ସ ଇଲେଭେନ୍‌।
ବିଜେତା-ଉପବିଜେତା ସହ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ନେତା, ସାମ୍ବାଦିକ ଓ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସବୁ ବେଳେ କାମର ଚାପରେ ରହୁଥିବା ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକଙ୍କୁ ଆଜି ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.