ଆଇପିଏଲ୍କୁ ଦୁନିଆର ପ୍ରତି କ୍ରିକେଟ ପ୍ରେମୀଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ : ନୀତା ଅମ୍ବାନି
ଆଇପିଏଲ୍ ମିଡିଆ ରାଇଟ୍ସକୁ ମେଗା ନିଲାମୀର ଦ୍ୱିତୀୟ ଦିନରେ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମୀ ହୋଇଛି। ଏଥିରେ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସକୁ ଦୁଇଟି ଅଲଗା ଅଲଗା କମ୍ପାନୀ ୪୪,୦୭୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଅଧିକାର ମିଳିଥିବା ସୂଚନା ମିଳିଛି ।
ଭାୟାକମ୍୧୮ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର କରିଛି । ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ହାସଲ କରିଛି । ବିଶ୍ୱସ୍ତରରେ ଭାୟାକମ୍୧୮ ପ୍ରମୁଖ କ୍ରିକେଟ୍ ପ୍ରେମୀ ଦେଶ ସମେତ ପାଂଚ ଆନ୍ତର୍ଜାତିକ ପ୍ରାନ୍ତ ମଧ୍ୟରୁ ତିନିଟିରେ ଟେଲିଭିଜନ ସମେତ ଡିଜିଟାଲ୍ ଅଧିକାର ହାସଲ କରିଛି ।
ବିଡ୍ ପ୍ରକ୍ରିୟାରେ ଲୋକପ୍ରିୟ ପ୍ରସାରଣକାରୀ ଓ ଡିଜିଟାଲ୍ କଂପାନିଗୁଡ଼ିକୁ ପଛରେ ପକାଇ ଭାୟାକମ୍୧୮ ନିଜକୁ ଏକ ଅଗ୍ରଣୀ ଡିଜିଟାଲ, ମିଡିଆ, ମନୋରଂଜନ ଓ କ୍ରୀଡ଼ା ପ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ ସହ ଭାୟାକମ୍୧୮ ଭାରତର ଏହି ସର୍ବବୃହତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବ । ବର୍ତମାନ ଲୋକପ୍ରିୟ ବିଷୟବସ୍ତୁ ହାସଲ କରିବାର ସୁଯୋଗ ପାଉନଥିବା ୬ କୋଟି ଫ୍ରି-ଡିସ୍ ହୋମ୍ ସମେତ ଭାରତର ପ୍ରତିଟି ଅଂଚଳରେ ପ୍ରତି ଭାରତୀୟଙ୍କ ନିକଟରେ ଏହା ଆଇପିଏଲ୍କୁ ଉପଲବ୍ଧ କରାଇବ ।
ଫୁଟବଲରେ ଫିଫା ବିଶ୍ୱକପ୍, ଲା ଲିଗା, ସିରି ଏ ଓ ଲିଗ୍ ୧ ତଥା ବ୍ୟାଡମିଂଟନ, ଟେନିସ ଓ ବାସ୍କେଟବଲ (ଏନବିଏ) ଭଳି କ୍ରୀଡ଼ାର ପ୍ରସାରଣ ଅଧିକାର ହାସଲ କରିବା ପରେ ଭାୟାକମ୍ ୧୮ କ୍ରିକେଟ୍ରେ ପ୍ରଥମ ଥର ପାଇଁ ବଡ଼ ଧରଣରେ ପ୍ରବେଶ କରିଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ କରିବା ଦ୍ୱାରା ଭାୟାକମ୍୧୮ ଓ ଏହାର ପ୍ଲାଟଫର୍ମ ଦେଶର ସର୍ବବୃହତ କ୍ରୀଡ଼ା ସ୍ଥଳରେ ପରିଣତ ହୋଇପାରିଛି । ବ୍ୟାପକ ଭାବେ ଏକ ବୃହତ, ଯୁବ, ଅଧିକ ଉପଯୋଗୀ ଓ ଗଭୀର ଭାବେ ଜଡ଼ିତ ଦର୍ଶକଙ୍କ ପାଖରେ ପହଂଚିବା ଲାଗି ଏହା ବିଜ୍ଞାପନଦାତାଙ୍କୁ ଅତୁଳନୀୟ ସୁଯୋଗ ପ୍ରଦାନ କରିବ । ଜିଓ ସହିତ ଭାୟାକମ୍୧୮ର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବଳରେ ଏହା ଅତୁଳନୀୟ ସୁଯୋଗ ସୃଷ୍ଟି ଆଣିବ ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦେଶିକା ନୀତା ଅମ୍ବାନି କହିଛନ୍ତି ଯେ, “କ୍ରୀଡ଼ା ଆମର ମନୋରଂଜନ କରିବା ସହ ଆମକୁ ଅନୁପ୍ରାଣିତ କରେ ଏବଂ ନିକଟତର କରାଏ । କ୍ରିକେଟ୍ ଓ ଆଇପିଏଲ୍ ଶ୍ରେଷ୍ଠ କ୍ରୀଡ଼ା ଓ ଭାରତର ଶ୍ରେଷ୍ଠତାକୁ ଉପସ୍ଥାପନ କରୁଥିବା ବେଳେ ଏହି କ୍ରୀଡ଼ା ଓ ଆକର୍ଷଣୀୟ ଲିଗ୍ ସହିତ ଆମେ ଆମର ସହଯୋଗିତାକୁ ଦୃଢ଼ କରିଥିବାରୁ ବେଶ ଗର୍ବିତ । ଆମେ କରୁଥିବା ପ୍ରତ୍ୟେକଟି ଜିନିଷ ଭଳି ଆମର ଲକ୍ଷ୍ୟ ହେଉଛି ଆଇପିଏଲ୍ର ଉଲ୍ଲାସପୂର୍ଣ୍ଣ ଅନୁଭୂତିକୁ ସାରା ଦେଶ ଓ ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ରହିଥିବା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ପାଖରେ ପହଂଚାଇବା ।’’
ରିପୋର୍ଟ ମୁତାବକ, ଆଇପିଏଲ୍ ଟିଭି ରାଇଟ୍ସ ସୋନୀ ଏବଂ ଡିଜିଟାଲ ରାଇଟ୍ସ ଭାଏକମ୍(ରିଲାଏନ୍ସ) ପାଖକୁ ଯାଇଛି। ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ଟିଭି ରାଇଟ୍ସ ପାଇଁ ବେସ୍ ପ୍ରାଇସ୍ ୪୯ କୋଟି ଥିବା ବେଳେ ଡିଜିଟାଲ ରାଇଟ୍ସ ପାଇଁ ୩୩ କୋଟି ଟଙ୍କା ବେସ୍ ପ୍ରାଇସ ରହିଥିଲା।