ମାକ୍ସୱେଲଙ୍କ ସ୍ଥାନରେ ପାକିସ୍ତାନରୁ ଆସି ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ ଏହି ଖେଳାଳି

ଅଷ୍ଟ୍ରେଲିଆର ଗ୍ଳେନ୍ ମାକ୍ସୱେଲ ଆହତ କାରଣରୁ ଆଇପିଏଲରୁ ବିଦା ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ଦଳ ସାମିଲ କରିଛି । ସେ ପାକିସ୍ତାନରୁ ଆସି ଖେଳିବେ । ଆଜି ସେହି ଖେଳାଳି ଲକ୍ଷ୍ନୌ ସୁପର ଜାଏଣ୍ଟସ ବିରୋଧରେ ଧର୍ମଶାଳାରେ ଖେଳିବେ ।
ସୂଚନା ଅନୁସାରେ ମାକ୍ସୱେଲ ଆହତ ହେବା ଯୋଗୁଁ ନିଜ ଦେଶକୁ ଫେରି ଯାଇଛନ୍ତି । ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି । ତେଣୁ ତାଙ୍କ ସ୍ଥାନରେ ଆଉ ଜଣେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଓଏନ୍ ଖେଳିବେ । ପଞ୍ଜାବ ଦଳ ମିଚେଲ ଓଏନଙ୍କୁ ୩ କୋଟି ଟଙ୍କାରେ କିଣିଥିଲା । ତେବେ ଏହି ଖେଳାଳି ଜଣକ ବର୍ତ୍ତମାନ ପାକିସ୍ତାନରେ ପାକିସ୍ତାନ ସୁପର ଲିଗରେ ପେଶାୱର ଜାଲ୍ମି ଟିମରୁ ଖେଳୁଥିଲେ । ଗତ ଶୁକ୍ରବାର ଦିନ ସେ ପାକିସ୍ତାନରେ ମ୍ୟାଚ୍ ଖେଳିଛନ୍ତି ।
ଅବଶ୍ୟ ଓଏନ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ହେଲେ ଏହି ୨୩ ବର୍ଷ ବୟସ୍କ ଯୁବ ଅଲରାଉଣ୍ଡର ୩୪ଟି ଟି୨୦ ମ୍ୟାଚ୍ ଖେଳି ୬୪୬ ରନ୍ ସ୍କୋର କରିଛନ୍ତି । ଏଥିରେ ୨ଟି ଶତକ ସାମିଲ ଅଛି । ପଞ୍ଜାବ ଦଳରେ ସେ କି କମାଲ ଦେଖାଉଛନ୍ତି ଦେଖିବା ବାକି ରହିଲା ।.