ଇତିହାସ ରଚିଲେ ମିତାଲୀ, ୨୦ ହଜାର ରନ ପୂରଣ କରି ସାଜିଲେ ପ୍ରଥମ ମହିଳା କ୍ରିକେଟର

ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରଥମ ମ୍ଯାଚରେ ମିତାଲୀ ୧୦୭ ବଲରେ ୬୧ ରନ୍ କରିଛନ୍ତି। ଫଳରେ ମିତାଲୀ କ୍ରିକେଟର ସମସ୍ତ ଫର୍ମାଟରେ କ୍ଯାରିଅରରେ ୨୦ ହଜାର ରନ ପୂରଣ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ମିତାଲୀ ରାଜ୍‌ ପୁଣି ଥରେ ଦିନିକିଆରେ ଶୀର୍ଷ ମାନ୍ୟତା ପାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି ।

ମିତାଲୀ ରାଜ୍‌ ଦିନିକିଆ ମାନ୍ୟତାରେ ଶୀର୍ଷରେ ଥିବା ବେଳେ ସ୍ମୃତି ମାନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ଅଷ୍ଟମ ସ୍ଥାନରେ ଥିବା ସ୍ମୃତି ଏବେ ୭ମ ସ୍ଥାନରେ ରହିଛନ୍ତି । ଶୀର୍ଷ ୧୦ ଜଣ ଖେଳାଳିଙ୍କ କଥା କହିବାକୁ ଗଲେ ମିତାଲୀ ରାଜ ୭୬୨ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଏଲିସା ହିଲୀ, ଟେମୀ ବାଉମେଣ୍ଟ ୪ର୍ଥ ଏବଂ ନ୍ୟୁଜିଲାଣ୍ଡର ଏମୀ ସେଥେଓ୍ବେଟ୍‌ ରହିଛନ୍ତି । ଦିନିକିଆ ରାଙ୍କିଂର ୭ମ ସ୍ଥାନରେ ରହିଛନ୍ତି ଚୁଲବୁଲୀ କ୍ରିକେଟର ସ୍ମୃତି ମାନ୍ଧାନା ।

ଦିନିକିଆ ଅଲରାଉଣ୍ଡର ରାଙ୍କିଂରେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ସେ କାରବିୟାନ୍‌ ବୋଲର ଷ୍ଟିଫେନୀ ଟେଲରଙ୍କ ସ୍ଥାନ ନେଇଛନ୍ତି । ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହିଛନ୍ତି କଙ୍ଗାରୁ ଦଳର ଷ୍ଟାର ଅଲରାଉଣ୍ଡର ଏଲିସୀ ପେରୀ ।