ମୋଇନ ଅଲ୍ଲୀଙ୍କୁ ମିଳିଲା ଭିସା, କିନ୍ତୁ ଚେନ୍ନାଇ ପାଇଁ ଖେଳିପାରିବେନି ପ୍ରଥମ ମ୍ୟାଚ୍‌

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖୁସି ଖବର ଆସିଛି। ଟିମର ସୁପରଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ IPL ପାଇଁ ଅନୁମତି ମିଳ ସାରିଛି । ଭିସା ସମସ୍ୟାକୁ ନେଇ ଦଳ ସହିତ ଏପର୍ଯ୍ୟନ୍ତ ଯୋଡି ହୋଇପାରିନଥିଲେ ମୋଇନ ଅଲୀ । ତେବେ ତାଙ୍କୁ ଏବେ ଭାରତ ଆସିବା ପାଇଁ ଭିସା ମିଳିଥିବା ଖବର ଆସିଛି। କିନ୍ତୁ ତଥାପି ଚେନ୍ନାଇର ପ୍ରଥମ ମ୍ୟାଚ ପାଇଁ ସେ ଉପଲବ୍ଧ ରହିପାରିବେ ନାହିଁ । ପ୍ରଥମ ମ୍ୟାଚ ମୋଇନୀ ଅଲ୍ଲୀଙ୍କ ବିନା ଖେଳିବ ଚେନ୍ନାଇ ସୁପରକିଙ୍ଗସ।

ତେଣୁ କୋଲକତା ବିପକ୍ଷରେ ହେବାକୁ ଥିବା ଉଦ୍‌ଘାଟନୀ ମ୍ୟାଚରେ ଖେଳିବେନି ମୋଇନ ଅଲ୍ଲୀ। ଏ ନେଇ ସୂଚନା ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥନ । ଭାରତ ପାଇଁ ମୋଇନ ଅଲୀଙ୍କୁ ଠିକ ସମୟରେ ଭିସା ମିଳିପାରି ନଥିଲା । ୨୮ ଫେବୃୟାରୀରୁ ଭିସା ପାଇଁ ଆବେଦନ କରିଥିଲେ ସୁଦ୍ଧା ସେ ଭିସା ପାଇ ପାରି ନଥିଲେ । ତେଣୁ ଏବେ ପର୍ଯ୍ୟନ୍ତ ସେ ଚେନ୍ନାଇ ସହ ଯୋଡି ହୋଇ ପାରି ନାହାନ୍ତି । ତେବେ ଭିସା ମିଳିବା ପରେ ଆଜି ମୁମ୍ବାଇରେ ପହଞ୍ଚିବେ ମୋଇନ । ତେବେ ଭାରତ ପହଞ୍ଚିବା ପରେ ୩ ଦିନ ପର୍ଯ୍ୟନ୍ତ ତାଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ତେଣୁ ପ୍ରଥମ ମ୍ୟାଚ ନୁହେଁ ଦ୍ୱିତୀୟ ମ୍ୟାଚରେ ଖେଳିବେ ମୋଇନ ଅଲ୍ଲୀ।

ଆଇପିଏଲ ୨୦୨୧ରେ ୩୫୭ ଓ୍ଵିକେଟ ନେଇଥିବା ମୋଇନ ଅଲ୍ଲୀଙ୍କୁ ଚେନ୍ନାଇ ସୁପରକିଙ୍ଗସ ରିଟେନ ରଖିଥିଲା। ଚେନ୍ନାଇ ମୋଇନି ଅଲ୍ଲୀଙ୍କୁ ୮ କୋଟି ଟଙ୍କାରେ ରିଟେନ ରଖିଥିଲା। ଏହାସହିତ ଧୋନୀ, ଜାଡେଜା ଏବଂ ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ରିଟେନ ରଖିଥିଲା ଚେନ୍ନାଇ ସୁପରକିଙ୍ଗସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.