ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇ ସୁପର କିଙ୍ଗସର ଏହି ଖେଳାଳି

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ। ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ୩୪ବର୍ଷିୟ ମୋଇନ। ୬୪ଟି ଟେଷ୍ଟ ମ୍ୟାଚରେ ୧୯୫ଟି ୱିକେଟ ଅକ୍ତିଆର କରିଛନ୍ତି। ୨୮.୨୯ ହାରରେ ୨୯୧୪ ରନ ସଂଗ୍ରହ କରିଛନ୍ତି। ୫ଟି ଶତକ ମଧ୍ୟ ହାସଲ କରିଛନ୍ତି।

ନିଜର ଅବସର ନେଇ ସେ କ୍ୟାପଟେନ ଜୋ ରୁଟ ଓ ମୁଖ୍ୟ କୋଚ୍‌ କ୍ରିସ ସିଲ୍‌ଭର ଉଡ୍‌ଙ୍କୁ ଜଣାଇଛନ୍ତି। ୨୦୧୯ରେ ଆସେସ୍‌ ସିରିଜ ପରଠାରୁ ସେ ଟେଷ୍ଟ ମ୍ୟାଚ ଖେଳିନଥିଲେ। କିନ୍ତୁ ନିକଟରେ ଭାରତୟ ଦଳର ଇଂଲଣ୍ଡ ଗସ୍ତ ବେଳେ ସେ ଘରୋଇ ଦଳ ଟେଷ୍ଟ ଟିମ୍‌ରୁ ଖେଳିଥିଲେ। ତେବେ ଦିନିକିଆ ମ୍ୟାଚ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ମୋଇନ। ବର୍ତ୍ତମାନ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସରୁ ଖେଳୁଛନ୍ତି।