ଜର୍ସିରେ ମଦ ବ୍ରାଣ୍ଡର ଲୋଗୋ ଲଗାଇବାକୁ ମନା କଲେ ମୋଇନି ଅଲୀ, CSK ନେଲା ଏମିତି ପଦକ୍ଷେପ

ଇଂଲଣ୍ଡର ଅଲରାଉଣ୍ଡର ମୋଇନି ଅଲୀ ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳିବେ । ହେଲେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ମୋଇନ୍ ଅଲୀ। କାରଣ ମୋଇନ୍ ଅଲୀ ସିଏସକେ ଫ୍ରାଞ୍ଚାଇଜକୁ ଏକ ଅନୁରୋଧ କରିଥିଲେ ଯାହା ଫ୍ରାଞ୍ଚାଇଜ ମାନିବାକୁ ରାଜି ହୋଇ ଯାଇଛି।

ମୋଇନ୍ ଅଲୀ ସିଏସକେ ଫ୍ରାଞ୍ଚାଇଜକୁ କହିଥିଲେ କି, ୨୦୨୧ ଆଇପିଏଲ ଜର୍ସିରେ ଥିବା ମଦ ବ୍ରାଣ୍ଡ ଲୋଗୋ ଲଗାଇବାକୁ ଚାହୁଁନାହାନ୍ତି। ଯାହା ଏବେ ଫ୍ରାଞ୍ଚାଇଜ ଗ୍ରହଣ କରି ନେଇଛି। ମୋଇନ୍ ଅଲୀ ଜଣେ ଧାର୍ମିକ ବ୍ୟକ୍ତି। ସେ ତାଙ୍କ ଧର୍ମକୁ ଭଲ ଭାବରେ ଅନୁସରଣ କରନ୍ତି। ସବୁଠାରୁ ବଡ଼ କଥା ହେଉଛି ଇସଲାମରେ ମଦ୍ୟପାନ କରିବା, ଏହାକୁ ଉତ୍ପାଦନ କରିବା, ଏହାକୁ ବିକ୍ରି କରିବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ନିଷେଧ। ଯେଉଁଥିପାଇଁ ମୋଇନ୍ ଅଲୀ ମଦ ବ୍ରାଣ୍ଡ ଲୋଗୋ ହଟାଇବାକୁ ଅନୁରୋଧ କରିଥିଲେ।

ଏହା ପୂର୍ବରୁ ହାଶିମ ଆମଲା ଓ ପଭେରଜ ରସୁଲ ମଧ୍ୟ ଆଇପିଏଲ ଖେଳିବା ସମୟରେ ତାଙ୍କ ଜର୍ସିରେ ମଦବ୍ରାଣ୍ଡର ଲୋଗୋ ଲଗାଇନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.