ଭାରତ ସେମିଫାଇନାଲରେ ପହଞ୍ଚିବାରୁ ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଭାରତ ସେମିରେ ପ୍ରବେଶ କରିଛି । କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍ ବୋଲର ମହମ୍ମଦ ଆମିର୍ ।
ପୂର୍ବରୁ ମହମ୍ମଦ ଆମିର କହିଥିଲେ, ଭାରତୀୟ ଦଳର ଫର୍ମ ଭଲନାହିଁ । ଦଳ ସୁପର ୮ରେ ପହଁଚିଲେ ବି ସେମି ଫାଇନାଲ ଖେଳିବନି । ଭାରତକୁ ଦକ୍ଷିଣ ଆଫ୍ରିକା ଏବଂ ଓ୍ୱେଷ୍ଟଇଣ୍ଡିଜ ହରାଇଦେବେ । ତେବେ ଇଣ୍ଡିଜକୁ ହରାଇବାରେ ପରେ ଅମିରଙ୍କ ଭବିଷ୍ୟବାଣୀ ଭୁଲ ହୋଇଛି । ଏହା ସତ୍ତ୍ୱେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି ।
ଆମିର୍ କହିଛନ୍ତି ଯେ, ଭାରତରେ ସେମିରେ ପ୍ରବେଶ କରିଛି । ପୂର୍ବରୁ ସେ ଆନାଲିସିସ୍ କରିଥିଲେ । ଭାରତ ସେମି ଯାଇପାରିବନି ବୋଲି ସେ କହିଥିଲେ । କିନ୍ତୁ ସଞ୍ଜୁ ସାମସନ ଭଲ ଖେଳିଲେ । ତେଣୁ ଦଳ ସେମିରେ ଏଣ୍ଟ୍ରି କରିଛି । ଏବେବି ସୂର୍ଯ୍ୟ ସେନା ଭଲ କ୍ରିକେଟ୍ ଖେଳୁନି । ଦଳରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଦୁର୍ବଳ ରହିଛି । ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଫର୍ମରେ ନାହାଁନ୍ତି । ଭାରତୀୟ ବ୍ୟାଟିଂ ସବୁ ମ୍ୟାଚରେ ଦୁର୍ବଳ ରହିଛି । ଆଗାମୀ ମ୍ୟାଚ୍ ଇଂଲଣ୍ଡ ସହ ରହିଛି । ଇଂଲଣ୍ଡ ଏକ ଭଲ ଟିମ୍ । ସେମାନେ ଭାରତକୁ ଫାଇନାଲରେ ପହଁଚିବାକୁ ଦେବେ ନାହିଁ । ଭାରତ ସେମି ଫାଇନାଲରୁ ବିଦା ହେବ ବୋଲି ପାକିସ୍ତାନର ଏହି ପୂର୍ବତନ ଷ୍ଟାର୍ ବୋଲର କହିଛନ୍ତି ।
Also Read : ଟି୨୦ ବିଶ୍ବକପରୁ ବାଦ୍ ପଡିବା ପରେ ପ୍ରତି ଖେଳାଳିଙ୍କ ଠାରୁ ୫୦ ଲକ୍ଷ ଜରିମାନା ନେବ ପାକିସ୍ତାନ କ୍ରିକେଟ ବୋର୍ଡ