କ୍ରୀଡା

ଓଡିଶା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପାକିସ୍ତାନ କ୍ରିକେଟର ରିଜୱାନ ଏବଂ ହସନ ଅଲ୍ଲୀ, ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ଓଡିଶା ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩ଟି ଟ୍ରେନ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୭୫ ଲୋକଙ୍କର ଜୀବନହାନି ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପାକିସ୍ତାନ କ୍ରିକେଟ ଟିମର ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନ କ୍ରିକେଟ ଟିମର ମୋହମ୍ମଦ ରିଜୱାନ ଏବଂ ହସନ ଅଲ୍ଲୀ ଦୁଃଖ ପ୍ରକାଶ କରିଛନ୍ତି ।

ପାକିସ୍ତାନର ୱିକେଟ କିପର ବ୍ୟାଟସମ୍ୟାନ୍ ମୋହମ୍ମଦ ରିଜୱାନ ଓଡିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ ଟ୍ବିଟ୍ କରି କହିଛନ୍ତି, ମଣିଷ ଜୀବନ କ୍ଷତି ସବୁବେଳେ ଯନ୍ତ୍ରଣାଦାୟକ । ମୁଁ ହୃଦୟରୁ ପ୍ରାଥର୍ନା କରୁଛି କି ଭାରତରେ ହୋଇଥିବା ଟ୍ରେନ ଦୁର୍ଘଟଣା ପ୍ରଭାବିତ ଲୋକ ଜଲଦି ସୁସ୍ଥ ହୁଅନ୍ତୁ ।

ସେହିଭଳି ହସନ ଅଲ୍ଲୀ ଟ୍ବିଟ୍ କରିଛନ୍ତି, ଓଡିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ । ଅଲ୍ଲା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ ।


ତେବେ ପାକିସ୍ତାନର ଏହି ଦୁଇ କ୍ରିକେଟରଙ୍କ ଟ୍ବିଟ୍ ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ଫ୍ୟାନ୍ସ ସେମାନଙ୍କ ଟ୍ବିଟରେ ରିଆକ୍ସନ ଦେଉଛନ୍ତି ।

ପୂର୍ବରୁ ଏହି ଦୁର୍ଘଟଣା ବିଷୟରେ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଥିଲେ ସେହ୍ଵାଗ । ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବେ । ଟ୍ଵିଟ୍‌ କରି କହିଛନ୍ତି ‘ଏହି ଦୃଶ୍ୟ ଆମକୁ ଅନେକ ଦିନ ପର୍ଯ୍ୟନ୍ତ ବିଚଳିତ କରିବ । ଦୁଃଖ ସମୟରେ ଅତିକମରେ ମୁଁ ଏତିକି କରିପାରିବି ଯେ, ଏଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବି । ଏହିସବୁ ପିଲାମାନେ ସେହ୍ଵାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମାଗଣା ଶିକ୍ଷା ଦିଆଯିବ । ଚହଲ ଟ୍ରେନ ଦୁର୍ଘଟଣା ପାଇଁ ଚ୍ଯାରିଟି କାର୍ଯ୍ୟ ପାଇଁ ସ୍କାଉଟ ଗେମିଂ ଚ୍ୟାନେଲ ଦ୍ବାରା ଆୟୋଜିତ ଷ୍ଟ୍ରିମରେ ଓଡିଶା ଟ୍ରେନ ଦୁର୍ଘଟଣା ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।  କେବଳ ସେହ୍ଵାଗ ନୁହେଁ ବିରାଟ କୋହଲି, ଇରଫାନ ପଠାନ, ଗୌତମ ଗମ୍ଭୀର ପ୍ରମୁଖ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଥିଲେ ।

 

Swagatika

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

15 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

24 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

32 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

49 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago