‘ସବୁକିଛି ବରବାଦ୍ ହୋଇଗଲା’…ଲଜ୍ୟାଜନକ ପରାଜୟ ପରେ ଭାବୁକ ହେଲେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଥିବା ପାକିସ୍ତାନ ଟିମ୍ ବିଦା ହୋଇଛି । ଗ୍ରୁପ ଷ୍ଟେଜ ମ୍ୟାଚରେ ୩ଟି ଖେଳି କୌଣସି ଗୋଟିଏ ମଧ୍ୟ ଜିତିନାହିଁ । ପାକିସ୍ତାନ ଟିମ କୌଣସି ମ୍ୟାଚ ନ ଜିତି ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ବେଳେ ଅନ୍ୟ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ପାକିସ୍ତାନ ଏଭଳି ବିଦା ହେବା ପରେ ଟିମର ଅଧିନାୟକ ମହମ୍ମଦ ରିଜୱାନ ଶୋକରେ ବୁଡ଼ିଛନ୍ତି ।
ସେ ଦୁଃଖରେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ପାର୍ଇ ଆମ ଟିମ୍ ପ୍ରସ୍ତୁତ ହେଉଥିବା ବେଳେ ପ୍ରମୁଖ ଖେଳାଳି ଆହତ ହୋଇଯାଇଥିଲେ । ଫଳରେ ଟିମକୁ ବଡ଼ ଝଟକା ଲାଗିଥିଲା । ଏବେ ସବୁକିଛି ବରବାଦ୍ ହୋଇଯାଇଛି ।
ବାଂଲାଦେଶ ସହିତ ମ୍ୟାଚ ରଦ୍ଦ ହେବା ପରେ ରିଜୱାନ କହିଛନ୍ତି, ଅଧିନାୟକ ଭାବେ ଆପଣ କିଛି କରିପାରିବେ ନାହିଁ କେବଳ ଆଗକୁ ବଢିବେ । ଅଧିନାୟକ ଭାବେ ମୋ ସହିତ ଟିମ୍ ପ୍ରସ୍ତୁତ ହେଉଥିବା ବେଳେ ଖେଳାଳି ଆହତ ହୋଇ ସବୁକିଛି ବରବାଦ୍ କରିଦେଇଛନ୍ତି । ଆଶା କରୁଛି, ଯେଉଁ ଭୁଲ ଆମେ ଏହି ଟୁର୍ଣ୍ଣାମେଣ୍ଟରେ କରିଛୁ, ସେଥିରେ ସୁଧାର ଆଣିବୁ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ଯେଉଁ ଭୁଲ୍ କରିଥିଲୁ, ତା ଆଉ ଆଗକୁ କରିବୁ ନାହି । ଆମେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲୁ, କିନ୍ତୁ ସେମିତି କିଛି ହେଲାନାହିଁ । ଆମେ ସମସ୍ତଙ୍କୁ ନିରାଶ କରିଛୁ ଏବଂ ଏଥିପାଇଁ ଦୁଃଖିତ ଅନୁଭବ କରୁଛୁ ।
ଆମ ଟିମର ଯେଉଁ ଖେଳାଳି ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ, ସେମାନେ ଆହତ ହୋଇଛନ୍ତି । ଏହା ଆମ ପାଇଁ ବଡ଼ କ୍ଷତି ।
ସୂଚନାଯୋଗ୍ୟ, ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆରମ୍ଭ ୧୯ ଫେବୃଆରୀରୁ ହୋଇଥିଲା । ଓପନିଂ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ହୋଇଥିଲା । ଏହି ମ୍ୟାଚରେ ପାକିସ୍ତାନ ଟିମ୍ ୬୦ ରନରେ ହାରିଥିଲା । ସେହିପରି ଭାରତ ସହିତ ୨୩ ଫେବୃଆରୀରେ ଖେଳାଯାଇଥିବା ମ୍ୟାଚକୁ ମଧ୍ୟ ୬ ୱିକେଟ ହାରିଥିଲା । ଏଥିପାଇଁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ ସୁଦ୍ଧା ମାତ୍ର ୫ ଦିନରେ ୨ଟି ମ୍ୟାଚ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ।
Also Read : ବର୍ଷା ଯୋଗୁଁ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ବାତିଲ, ଚାମ୍ପିଅନ୍ସ ଟ୍ରଫିରୁ ଦୁଇଟି ଯାକ ଟିମ୍ ବିଦା