ସାହସ ଅଛି ଯଦି.. ଭେରିଫାଏଡ ଆକାଉଣ୍ଟରୁ ମିମ୍ସ ସେୟାର କର, ସାନିଆଙ୍କ ସହିତ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଛାଡପତ୍ର ପରେ ମହମ୍ମଦ ଶାମିଙ୍କୁ ବିବାହ ନେଇ ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚାକୁ ନେଇ ସାନିଆ ମିର୍ଜା ନିଜର ମନ୍ତବ୍ୟ ଦେଇସାରିଥିବା ବେଳେ ମହମ୍ମଦ ଶାମି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ ୟୁଟ୍ୟୁବ ଶୋରେ ଶାମି କହିଛନ୍ତି, ଏମିତି ଖବର ମୋ ପାଇଁ କିଛି ବଡ ନୁହେଁ, ଯାହାକୁ ନେଇ ମୁଁ ପ୍ରତିକ୍ରିୟା ଦେବି । ଏମିତି ଖବରକୁ ମୁଁ କେବଳ ଦେଖୁଥିଲି କିନ୍ତୁ ଏହା ଉପରେ କୌଣସି ଗୁରୁତ୍ୱ ଦେଉନଥିଲି ।

ଯେଉଁମାନେ ଏହି ଚର୍ଚ୍ଚା କରୁଛନ୍ତି, ସେମାନେ ଭେରିଫାଏ ଆକାଉଣ୍ଟରୁ ପୋଷ୍ଟ ସେୟାର କରନ୍ତୁ, ତା’ ପରେ ମୁଁ କହିବି । ଶାମି କହିଛନ୍ତି, ଏହା ବିଲକୁଲ୍‌ ଅଜବ କଥା, ଏହାକୁ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି । ଏଭଳି ଭୁଲ ଖବରକୁ ଆଗକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । ମିମ୍ସ ହେବା ଜରୁରୀ କିନ୍ତୁ ଭୁଲ କଥାରେ ନୁହେଁ । କିନ୍ତୁ ଗୁଜବ ପ୍ରସାରିତ କରିବା ଭୁଲ୍‌ କଥା ।

ସେ ଆହୁରି ମଧ୍ୟ କହିଛନ୍ତି, ମିମ୍ସ କରି ଆପଣ ମଜାକ କରନ୍ତୁ କିନ୍ତୁ ଅନ୍ୟର ଲାଇଫକୁ ନେଇ ମିମ୍ସ କରିବା ଖରାପ । ଆପଣ ଭାବିଚିନ୍ତି ମିମ୍ସ କରିବା ଉଚିତ । ଏହା ବିଲକୁଲ୍‌ ଭୁଲ । ଯଦି ସାହସ ଅଛି ଭେରିଫାଏ ଆକାଉଣ୍ଟରୁ ମିମ୍ସ ସେୟାର କରନ୍ତୁ, ତା’ ପରେ ମୁଁ କହିବି ।

ସୂଚନାଯୋଗ୍ୟ, ବିଶ୍ୱକପ ୨୦୨୩ ପରେ ଶାମି ଭାରତୀୟ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ସର୍ଜରୀ ହୋଇଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିନଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି । ସର୍ଜରୀ ସରିବା ପରେ ଏବେ ଶାମି ଅଭ୍ୟାସ କରୁଛନ୍ତି ।  ଦୀର୍ଘ ୮ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ ଶାମି । ହେଲେ ଏବେ ନେଟସରେ ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି ।

You might also like