ମହମ୍ମଦ ଶାମିଙ୍କ ନୂଆ ହେୟାର ଷ୍ଟାଇଲ, ଆନିମଲ ଫିଲ୍ମରେ ରଣବୀରଙ୍କ ଲୁକ୍‌ ସହିତ ୟୁଜର୍ସ କଲେ ତୁଳନା

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ଟିମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ଏହା ପୂର୍ବରୁ ଶାମିଙ୍କ ଏକ ଫଟୋ ଭାଇରଲ ହେବାରେ ଲାଗିଛି । ଫଟୋରେ ଶାମିଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଛି । ଶାମିଙ୍କ ନୂଆ ଲୁକ୍‌ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଅଲିମ ହକିମ ଦେଇଛନ୍ତି । ଅଲିମ ହକିମ ଏମଏସ ଧୋନିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଅନେକ ଥର ଷ୍ଟାଇଲିଷ୍ଟ ଲୁକ୍‌ ଦେଇଛନ୍ତି ।

ତେବେ ଶାମିଙ୍କ ନୂଆ ଲୁକ୍‌ ଦେଖି ଲୋକେ ତାଙ୍କୁ ‘ଆନିମଲ’ ଫିଲ୍ମର ଅଭିନେତା ରଣବୀର କପୁରଙ୍କ ସହିତ ତୁଳନା କରିଛନ୍ତି । ବଲିଉଡ ଫିଲ୍ମ ଆନିମଲରେ ରଣବୀର କପୁର ମୁଖ୍ୟ ଭୂମିକାରେ ରହିଥିଲେ । ତେଣୁ ଫ୍ୟାନ୍ସ ମହମ୍ମଦ ଶାମିଙ୍କ ଫଟୋକୁ ରଣବୀର ସହିତ ଯୋଡି ଦେଖିଛନ୍ତି । ଆଉ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ସର୍ଜରୀ ପରେ ଶାମି ସମସ୍ୟାରୁ ବାହାରିବା ପାଇଁ ଏବେ ରିହାବିଲିଟେସନରେ ରହିଛନ୍ତି ।

ଜଣେ ୟୁଜର୍ସ କହିଛନ୍ତି, ଶାମିଙ୍କ ଆଗରେ ରଣବୀର କପୁର ମଧ୍ୟ ଫେଲ୍‌ । ଆଉ ଜଣେ ୟୁଜର୍ସ କହିଛନ୍ତି, ରଣବୀରଙ୍କ ଠାରୁ ଶାମି ବହୁତ ବଢିଆ ଲାଗୁଛନ୍ତି ।

ଆଉ ଜଣେ କହିଛନ୍ତି, ଆନିମଲର ରଣବୀର କପୁର ।

ସୂଚନାଯୋଗ୍ୟ, ବିଶ୍ୱକପ ୨୦୨୩ ପରେ ଶାମି ଭାରତୀୟ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ସର୍ଜରୀ ହୋଇଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିନଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି । ସର୍ଜରୀ ସରିବା ପରେ ଏବେ ଶାମି ଅଭ୍ୟାସ କରୁଛନ୍ତି ।  ଦୀର୍ଘ ୮ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ ଶାମି । ହେଲେ ଏବେ ନେଟସରେ ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି ।

You might also like