ମହମ୍ମଦ ସାମିଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କୁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି ଏବଂ ପତ୍ନୀ ହସିନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଦୁହିଁଙ୍କ ବିବାଦ ମଧ୍ୟରେ ହସିନା ଜହାଁ ଅନେକ ଦିନରୁ ପୁଅ ସହିତ ଅଲଗା ହୋଇ ରହୁଛନ୍ତି। ଏବେ କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବେ। କୋଲକାତାର ଏକ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଡାହାଣ ହାତୀ ପେସ୍ ବୋଲର ସାମିଙ୍କ ବିରୋଧରେ ହସିନ ଜହାଁ ୪ ବର୍ଷ ପୂର୍ବେ ଏକାଧିକ ଅଭିଯୋଗ ଆଣିଥିଲେ। କୋଲକତା ଆଲିପୁର କୋର୍ଟର ବିଚାରପତି ଅନିନ୍ଦିତା ଗାଙ୍ଗୁଲି ଆଜି ସାମିଙ୍କୁ ମାସିକ ୫୦ ହଜାର ଟଙ୍କା ଭରଣପୋଷଣ ବାବଦରେ ହସିନଙ୍କୁ ଦେବାପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

କୋଲକତାର ଏକ କୋର୍ଟ ସାମିଙ୍କୁ ଅଲଗା ରହୁଥିବା ସ୍ତ୍ରୀ ହସିନଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ମାସିକ ଭରଣପୋଷଣ ଦେବା ପାଇଁ ଆବେଦନ ଦେଇଛନ୍ତି। ଏହି ଅର୍ଥରାଶି ମଧ୍ୟରେ ୫୦ ହଜାର ତାଙ୍କ ପତ୍ନୀ ଆଉ ବାକି ୮୦ ହଜାର ଟଙ୍କା ତାଙ୍କ ପୁଅର ମାସିକ ଖର୍ଚ୍ଚ ରହିବ ବୋଲି ଜଣାପଡିଛି ।

ତେବେ ୨୦୧୮ରେ ହସିନ ସାମିଙ୍କ ଠାରୁ ମାସିକ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ପାଇବା ଲାଗି ଦାବି କରିଥିଲେ। ଏଥିରୁ ସେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ବାବଦରେ ୭ ଲକ୍ଷ ଟଙ୍କା ଏବଂ ଦୁଇ ଝିଅଙ୍କର ଭରଣପୋଷଣ ବାବଦରେ ୩ ଲକ୍ଷ ଟଙ୍କା ଟଙ୍କା ଦାବି କରିଥିଲେ। ତେଣୁ ହସିନ ଅଧିକ କ୍ଷତିପୂରଣ ପାଇବା ପାଇଁ ଉଚ୍ଚ ଅଦାଲତକୁ ଯାଇପାରନ୍ତି। ସାମିଙ୍କ ବିରୋଧରେ ହସିନ ପରକୀୟା ପ୍ରୀତି ଓ ଘରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଯାଦବପୁର ଥାନାରେ କରିଥିଲେ।

ତେବେ ଆୟକର ରିଟର୍ନ ଅନୁସାରେ, ୨୦୨୦-୨୧ରେ ସାମିଙ୍କର ବାର୍ଷିକ ଆୟ ୭ କୋଟି ଟଙ୍କାରୁ ଅଧିକ ଥିଲା । ସେହି ଆଧାରରେ ହସିନ ମାସିକ ଭରଣପୋଷଣ ଦାବି କରିଥିଲେ । ସାମିଙ୍କ ଓକିଲ ସେଲିମ ରହମାନ ଦାବି କରିଛନ୍ତି, ହସିନ ଜଣେ ଫ୍ୟାଶନ ମଡେଲ । ତେଣୁ ଅଧିକ ଭରଣପୋଷଣ ଦାବି କରିବା ଉଚିତ ନୁହେଁ । ନିମ୍ନ ଅଦାଲତ ଦୁଇ ପକ୍ଷଙ୍କ କଥା ଶୁଣିବା ପରେ ମାସିକ ଭରଣପୋଷଣ ରାଶି ୧.୩୦ ଲକ୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା। ତେବେ ଏବେ ଅଦାଲତଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଉଛି । ତେବେ ଏହି ମାମଲାରେ ସାମିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.