ମହମ୍ମଦ ସାମିଙ୍କ ଝିଅ ଶାଢ଼ି ପିନ୍ଧି ପାଳନ କଲେ ସରସ୍ୱତୀ ପୂଜା, ଦେଖନ୍ତୁ ଭାଇରାଲ ଫଟୋ

ଗତକାଲି େଓ୍ଵଲିଂଟନ୍‌ରେ ଭାରତ ଏବଂ ନ୍ୟଜିଲାଣ୍ଡ ମଧ୍ୟରେ ଖେଲା ଯାଇଥିଲା ଚତୁର୍ଥ ଟି-୨୦ ମ୍ୟାଚ୍‌ । ଏଥଇରେ ଭାରତୀୟ ଦଳ ସୁପର ଓଭର୍‌ରେ ବିଜୟୀ ହୋଇ ସିରିଜ୍‌ରେ ୪-୦ରେ ଆଗୁଆ ଅଛି । ଏହା ପୂର୍ବରୁ ହାମିଲଟନ୍‌ଠାରେ ତୃତୀୟ ଟି-୨୦ରେ ଓପ୍ନର ରୋହିତ ଶର୍ମା ଏବଂ ପେସ୍‌ ବୋଲର୍‌ ମହମ୍ମଦ ସାମିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସୁପର ଓଭର୍‌ରେ ଜିତିବା ସହ ସିରିଜ୍‌ ଦଖଲ କରିଥିଲା । ସାମି ତାଙ୍କ ବୋଲିଂ ପାଇଁ କ୍ରିକେଟ୍‌ ଜଗତରେ ଏବେ ଚର୍ଚ୍ଚାରେ ଅଛନ୍ତି । ସେହିଭଳି ପଡ଼ିଆ ବାହାରେ ମଧ୍ୟ କିଛି ଭିନ୍ନ କାମ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।
ଚତୁର୍ଥ ମ୍ୟାଚ୍‌ରେ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା । ତେବେ ତୃତୀୟ ମ୍ୟାଚ୍‌ ପରେ ସାମି ସୋସିଆଲ ମିଡିଆରେ ଏକ ବହୁତ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। ସାମି ନିଜ ଝିଅ ଆୟରା ସାମିଙ୍କ ପଟୋ ପୋଷ୍ଟ କରି ଲେଖିଛନ୍ତି, ‘ଖୁବ୍‌ ସୁନ୍ଦର ଦେଖାଯାଉଛି ମୋ ଝିଅ, ମୁଁ ତୁମକୁ ବହୁତ ଭଲପାଏ, ଈଶ୍ୱର ତୁମର ମଙ୍ଗଳ କରନ୍ତୁ, ବହୁତ ଜଲଦି ଦେଖା ହେବ।’ ଫଟୋରେ ଆୟରା ସ୍କୁଲ ଫଙ୍କସନରେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ସରସ୍ୱତୀ ପୂଜା ଅବସରରେ ସେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ଏହି ଫଟୋ ଉଠାଇଛନ୍ତି ।

 

ସାମି ପୂର୍ବରୁ ବି ତାଙ୍କ ଝିଅର ଫଟୋ ସେୟାର କରି ସାରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆପଣ ବି ଦେଖନ୍ତୁ ଖୁସି ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.