ଟି-୨୦ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସିରାଜ, ବିସିସିଆଇ ନେଲା ନିଷ୍ପତ୍ତି

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଆହତ କାରଣରୁ ଟି-୨୦ ବିଶ୍ୱକପ ୨୦୨୨ରୁ ବାଦ୍‌ ପଡିଛନ୍ତି। ଫଳରେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ସ୍ଥାନରେ ବିସିସିଆଇ ମହମ୍ମଦ ସିରାଜଙ୍କୁ ଟିମରେ ସ୍ଥାନ ମିଳିଛି।

ବିସିସିଆଇ ଜସପ୍ରୀତ ବୁମରାଙ୍କ ସ୍ଥାନର ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଛି। ବିସିସିଆଇ ନିଜ ବୟାନରେ କହିଛି କି, ଚୟନକର୍ତ୍ତା ଟିମ୍‌ ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମରେ ସୁଯୋଗ ଦେଇଛି। ଜସପ୍ରୀତ ବୁମରା ଆହତଜନିତ କାରଣ ଯୋଗୁଁ ଟିମରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ବିସିସିଆଇର ମେଡିକାଲ ଟିମ୍‌ ବୁମରାଙ୍କୁ ଦେଖାଶୁଣା କରୁଛି। ହେଲେ ଦକ୍ଷିଣ ଆଫ୍ରିକା ସିରିଜରେ ବାକିଥିବା ଆଉ ୨ଟି ମ୍ୟାଚ୍‌ ଖେଳିବେନି ବୁମରା। ଏଥିରୁ ମୁକୁଳିବା ପାଇଁ ବୁମରାହଙ୍କୁ ୪ରୁ ୬ ମାସ ସମୟ ଲାଗିପାରେ । ତେଣୁ ସେ ଆଗାମୀ ବିଶ୍ୱକପ୍‌ ଖେଳିବା ନେଇ ଦେଖାଦେଇଛି ଅନିଶ୍ଚିତତା । ପୂର୍ବରୁ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି।


ମହମ୍ମଦ ସିରାଜଙ୍କ ବୋଲିଂ ଜବରଦସ୍ତ। ଟିମ୍‌ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି। ତେବେ ଯଦି ସିରାଜଙ୍କ ବୋଲିଂରେ ଲାଇନ ଏବଂ ଲେନ୍ଥ ସବୁକିଛି ଠିକ୍‌ ନୁହେଁ, ତେବେ ଟି-୨୦ ବିଶ୍ୱକପରେ କମାଲ କରିପାରନ୍ତି ସିରାଜ। ୨୮ ବର୍ଷୀୟ ସିରାଜ ଭାରତୀୟ ଟିମ ପାଇଁ ଶେଷ ଟି-୨୦ ମ୍ୟାଚ୍‌ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ।

ମହମ୍ମଦ ସିରାଜ ଟିମ୍‌ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ କ୍ରିକେଟ ଖେଳିଛନ୍ତି। ଭାରତ ପାଇଁ ୧୩ଟି ଟେଷ୍ଟ ମ୍ୟାଚରେ ୪୦ ଓ୍ଵିକେଟ ନେଇଥିବା ବେଳେ ୧୦ଟି ଦିନିକିଆ ମ୍ୟାଚ୍‌ରେ ୧୦ଟି ଓ୍ଵିକେଟ ଏବଂ ଟି-୨୦ ମ୍ୟାଚରେ ୫ଟିଓ୍ଵିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆଜକୁ ବିଜୟ ଦେଇଥିଲେ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଦୀପକ ଚହର,  ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ।

ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

Also Read : ପଡିଆରେ ଚିତା ଭଳି ଦୌଡୁଥିବା ରବିନ୍ଦ୍ର ଜାଡେଜା ପାଦ ତଳେ ଦେବାକୁ ଭୟ କରୁଛନ୍ତି, ଚାଲିବା ବେଳେ ଥରୁଛି ଗୋଡ: ଭିଡିଓ ଭାଇରଲ

Leave A Reply

Your email address will not be published.