କ୍ରୀଡା

ଟେଷ୍ଟ ସିରିଜ ପୂର୍ବରୁ କୋହଲିଙ୍କୁ ଭୟ କଲେଣି ଇଂଲଣ୍ଡର ଏହି ଖେଳାଳି, କେମିତି ଆଉଟ୍ କରିବେ ତାକୁ ନେଇ ଚିନ୍ତାରେ

ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଡରିଗଲେଣି ଟିମ୍ ଇଂଲଣ୍ଡର ବୋଲର ମୋଇନ ଅଲ୍ଲୀ। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂକୁ କେମିତି ରୋକି ହେବ ସେନେଇ ଆଶଙ୍କା । ଇଂଲଣ୍ଡର ଅଲରାଉଣ୍ଡର ମୋଇନ୍ ଅଲ୍ଲୀଙ୍କ ମନରେ ଏନେଇ ଛନକା ପଶିଛି । ସେ କହିଛନ୍ତି କି, ସେ ଜାଣି ନାହାନ୍ତି କି ଭାରତ ବିରୋଧରେ ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ଠାରୁ କେମିତି ରକ୍ଷା ମିଳିବ । ତାଙ୍କୁ ଲାଗୁଛି କି, ଅଷ୍ଟ୍ରେଲିଆରେ କୋହଲି ନିଜ ଟିମର ଆକର୍ଷଣୀୟ ବିଜୟରେ ସାମିଲ ନଥିଲେ, ହେଲେ ଏଥିରେ ଉତ୍ସାହିତ ହୋଇ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିବା କରିପାରନ୍ତି।

ମୋଇନ୍ ଭିଡ଼ିଓ କନଫରେନ୍ସ ସମୟରେ କହିଛନ୍ତି, ଆମେ ତାଙ୍କୁ କେମିତି ଆଉଟ୍ କରିବୁ ? ସେ ନିଶ୍ଚିତ ରୂପେ ଜଣେ ଉତ୍ତମ ଖେଳାଳି । ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ମଧ୍ୟ । ସେ ସର୍ବଦା ଭଲ ପ୍ରଦର୍ଶନ କରିବାରେ ମାହିର୍ ଏବଂ ମୋତେ ପୂରା ବିଶ୍ୱାସ ଯେ, ଅଷ୍ଟ୍ରେଲିଆରେ ଭାରତର ଭଲ ପ୍ରଦର୍ଶନ ପରେ ସେ ଏଥିରେ ଅଧିକ ପ୍ରେରିତ ହେବେ , କାରଣ ସେ ଝିଅ ଜନ୍ମ ଯୋଗୁଁ ସ୍ୱଦେଶ ଫେରିଆସିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେନାହିଁ ତାଙ୍କୁ କେମିତି ଆଉଟ୍ କରିବାକୁ ହେବ । କାରଣ ମୋତେ ଲାଗୁନି ତାଙ୍କର କୌଣସି ଦୁର୍ବଳତା ଅଛି, କିନ୍ତୁ ଆମର ବୋଲିଂ ଆକ୍ରମଣ ଦୃଢ଼ ଏବଂ ଆମ ପାଖରେ ମଧ୍ୟ ଭଲ ବୋଲର ମଧ୍ୟ ଅଛନ୍ତି । ମୋଇନ୍ କହିଛନ୍ତି, ସେ ବହୁତ ଭଲ ମଣିଷ ଏବଂ ମୋର ଜଣେ ଭଲ ବନ୍ଧୁ।

କୋହଲି ନିଜ ଝିଅର ଜନ୍ମ ହେବା ଯୋଗୁଁ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରି ଆସିଥିଲେ । ସେ ୫ ଫେବ୍ରୁଆରୀରୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୪ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ । ମୋଇନ ଟେଷ୍ଟ କ୍ରିକେଟରେ ୧୮୧ ଉଇକେଟ ନେଇ ୨୭୮୨ ରନ କରିଛନ୍ତି।

Swagatika

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

3 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

3 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

3 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

4 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

4 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

4 hours ago