WWEରେ ଆତଙ୍କ ଖେଳାଇଲେ ‘ରାକ୍ଷସ’, ସେଥ୍‌ ରୋଲିଙ୍ଗ୍‌ସ ମ୍ୟାଚ୍‌ ଜିତିବା ପରେ ତାଙ୍କୁ କରିଦେଲେ ବେହୋସ୍‌, ଦେଖନ୍ତୁ ଭିଡିଓ

ଚଳିତବର୍ଷ ‘WWE କ୍ଲାସ୍‌ ଅଫ୍‌ ଚାମ୍ପିୟନ୍ସ-୨୦୧୯’ ଆୟୋଜିତ ହୋଇଯାଇଛି। ଏଥିରେ ୟୁନିଭର୍ସାଲ ଚାମ୍ପିୟନଶିପ୍‌ ମ୍ୟାଚ୍‌ ସେଥ୍‌ ରୋଲିଙ୍ଗ୍‌ସ ଓ ବ୍ରାଓନ୍‌ ଷ୍ଟ୍ରୋମ୍ୟାନ୍‌ଙ୍କ ମଧ୍ୟରେ ଖେଳାଯାଇଥିଲା। ବ୍ରାଓନ୍‌ ଷ୍ଟ୍ରୋମ୍ୟାନ୍‌ ବଳବାନ ହେବା ସତ୍ତ୍ୱେ ସେ ସେଥ୍‌ ରୋଲିଙ୍ଗ୍‌ସଙ୍କଠାରୁ ମ୍ୟାଚ୍‌ ହାରିଯାଇଥିଲେ। ଆଉ ଏହାପରେ ଏଣ୍ଟ୍ରି କରିଥିଲେ ‘ଦ ଫେଣ୍ଡ(ରାକ୍ଷସ)’ ବ୍ରେ ବାୟଟ୍‌, ଯିଏକି ଆସି ସେଠାରେ ଆତଙ୍କ ଖେଳାଇ ଦେଇଥିଲେ। ସେଥ୍‌ ରୋଲିଙ୍ଗ୍‌ସଙ୍କ ସହ ସେ ନିଜର ମୁକାବିଲା ଚାହୁଁଥିବା କହିଥିଲେ।

ବ୍ରୋକ୍‌ ଲେସନରଙ୍କୁ ଲଗାତାର ଦୁଇଥର ହରାଇବା ପରେ ସେଥ୍‌ ରୋଲିଙ୍ଗ୍‌ସଙ୍କର ମୁକାବିଲା ଖୁଙ୍କାର ବ୍ରାଓନ୍‌ ଷ୍ଟ୍ରୋମ୍ୟାନ୍‌ଙ୍କ ସହ ହୋଇଥିଲା। ସେଥ୍‌ ରୋଲିଙ୍ଗ୍‌ସ ରୋ’ରେ ୪ଥର ନିଜର ବେଟ୍‌ ମାରିଥିଲେ। ଆଉ ଏହାଦ୍ୱାରା ସେ ସହଜରେ ବାଜି ଜିତିଯାଉଥିଲେ। ‘କର୍ବ ଷ୍ଟମ୍ପ୍‌’ ଜିତିବା ପାଇଁ ଷ୍ଟ୍ରୋମ୍ୟାନ୍‌ଙ୍କୁ ୪ ଥର ହରାଇବାକୁ ପଡ଼ିଥିଲା। ତଥାପି ରୋଲିଙ୍ଗ୍‌ସ ମ୍ୟାଚ୍‌ ଜିତିପାରି ନ ଥିଲେ। ପେଡିଗ୍ରୀ ମାରି ସେ ଜିତିବାରେ ସଫଳ ହୋଇଥିଲେ। ଏହାସହିତ ସେ WWE ୟୁନିଭର୍ସାଲ ଚାମ୍ପିୟନଶିପ୍‌ ମ୍ୟାଚ୍‌ ମଧ୍ୟ ଜିତିଯାଇଥିଲେ।

ଏହାସହ ପଢ଼ନ୍ତୁ: ବାପାଙ୍କ ମୃତ୍ୟୁର ୧୫ ବର୍ଷ ପରେ ତାଙ୍କ ଭିଡିଓ ଦେଖି କାନ୍ଦି ପକାଇଲେ ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡ, ଜାଣନ୍ତୁ କାହିଁକି

ମ୍ୟାଚ୍‌ ଜିତିବା ପରେ ସେଥ୍‌ ରୋଲିଙ୍ଗ୍‌ସ ଖୁସି ମନାଉଥିବା ବେଳେ ସେହି ସମୟରେ ଆସିଥିଲେ ‘ଦ ଫେଣ୍ଡ(ରାକ୍ଷସ)’। ଆଉ ତାଙ୍କ ଖୁସିରେ ଆତଙ୍କ ସୃଷ୍ଟି କରିଥିଲେ। ସେ ଆସିବା କ୍ଷଣି ଅନ୍ଧାର ହୋଇଗଲା। ସମସ୍ତ ଫ୍ୟାନ୍ସ ଚକିତ ହୋଇଗଲେ। ଏହାପରେ ପୂରା ଲାଇଟ୍‌ ରାକ୍ଷସ ଅର୍ଥାତ୍‌ ବ୍ରେ ବାୟଟ୍‌ଙ୍କ ଉପରେ ପଡ଼ିଥିଲା। ସେ ସେଥ୍‌ ରୋଲିଙ୍ଗ୍‌ସଙ୍କ ପାଖକୁ ଆସି ତାଙ୍କୁ ପିଟି ପିଟି ବେହୋସ୍‌ କରିଦେଇଥିଲେ।