ରାଜ୍ୟ କରାଟେ ପ୍ରତିଯୋଗିତା ଉଦଯାପିତ, ଭାଗ ନେଇଥିଲେ ୫୦୦ରୁ ଅଧିକ ପ୍ରତିଯୋଗୀ

ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିଯୋଗୀ ମାନେ ଭାଗନେଇଥିଲେ ।  କୃତି ପ୍ରତିଯୋଗୀମାନେ କରାଟେ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାପାଇଁ ନିଶ୍ଚିତ ହୋଇଯାଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ଓଡିଶା କରାଟେ ଆସୋସିଏସନ ଆନୁକୂଲ୍ୟରେ ଗତ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଝାରସୁଗୁଡାଠାରେ ଥିବା ସ୍ପୋର୍ଟ୍ସ ଅଡିଟୋରିମରେ ରାଜ୍ୟ କରାଟେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିଯୋଗୀ ମାନେ ଭାଗନେଇଥିଲେ ।  କୃତି ପ୍ରତିଯୋଗୀମାନେ କରାଟେ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାପାଇଁ ନିଶ୍ଚିତ ହୋଇଯାଇଛନ୍ତି ।

ଜାତୀୟ କରାଟେ ପ୍ରତିଯୋଗି ମାନଙ୍କୁ ରାଜ୍ୟ ଖେଳ ବିଭାଗ ସମ୍ପୂର୍ଣ ଖର୍ଚ୍ଚ ବହନ କରିବା ପାଇଁ ଓଡିଶା କରାଟେ ଆସୋସିଏସନ ତାର ନିଜସ୍ୱ ଉଦ୍ୟମ ଜାରିରଖିବ।ଆମ ରାଜ୍ୟକୁ ବିଶ୍ୱସ୍ତରରେ ପହଞ୍ଚେଇବା ପାଇଁ ସ୍ବର୍ଗତ କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କର ସ୍ବପ୍ନ ନିଶ୍ଚୟ ସାକାର କରିବୁ ଓ ଓଡ଼ିଶାର ସମସ୍ତ କରାଟେ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡିଶା ରାଜ୍ୟ କରାଟେ ଆସୋସିଏସନର ସଭ୍ୟ ଓ ସଭ୍ୟା ମାନେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି l ଏହି ପ୍ରତିଯଗିତାରେ ଝାରସୁଗୁଡ଼ା ବିକାଶ ସ୍କୁଲର ପ୍ରଧାନ ଶିକ୍ଷକ, jsw ର ଅଧକ୍ଷ ଉପସ୍ଥିତ ରହି ପ୍ରତିଯୋଗୀମାନକୁ ପଦକ ପ୍ରଦାନ କରିଅଛନ୍ତି ବୋଲି ଓଡ଼ିଶା କରାଟେ ଆସୋସିଏସନ୍ ର ସମ୍ପାଦକ ବଳରାମ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.