ଭାରତୀୟ କ୍ରିକେଟ ଟିମର ନୂଆ ବୋଲିଂ କୋଚ୍‌, ଦକ୍ଷିଣ ଆଫ୍ରିକାର ଘାତକ ବୋଲରଙ୍କୁ ମିଳିଲା ଦାୟିତ୍ୱ

ଭାରତୀୟ କ୍ରିକେଟ ଟିମର କୋଚ ପଦରୁ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ସରିବା ପରେ ନୂଆ କୋଚ ଗୌତମ ଗମ୍ଭୀର ନିଯୁକ୍ତି ମିଳିଛି । ଏହାପରେ ଭାରତୀୟ ଟିମ ବୋଲିଂ ଏବଂ କୋଚିଂ ଷ୍ଟାଫରେ ପରିବର୍ତ୍ତନ ହୋଇଛି । ତେବେ ଗୌତମ ଗମ୍ଭୀର କୋଚ ଭାବେ ନିଯୁକ୍ତ ହେବା ପରେ ଟିମର ପୁରା ଷ୍ଟାଫ ବଦଳି ଯାଇଛନ୍ତି । ଭାରତୀୟ ଟିମକୁ ଏବେ ନୂଆ ବୋଲିଂ କୋଚ ମିଳିଛନ୍ତି । ବିସିସିଆଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ଣ୍ଣ ମର୍କେଲଙ୍କୁ ନୂଆ ବୋଲିଂ କୋଚ ଦାୟିତ୍ୱ ଦିଆଯାଇଛି । ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଦାୟିତ୍ୱ ନେବେ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ର ହେଡ କୋଚ ଗୌତମ ଗମ୍ଭୀର ରହିଥିବା ବେଳେ ଅଭିଷେକ ନାୟର ବ୍ୟାଟିଂ କୋଚ୍‌ ଦାୟିତ୍ୱ ସମ୍ଭାଳୁଛନ୍ତି । ରିପୋର୍ଟ ମୁତାବକ, ମୋର୍ଣ୍ଣ ମର୍କେଲ ବୋଲିଂ କୋଚ ଦାୟିତ୍ୱ ନେଇଛନ୍ତି । ଫିଲ୍ଡିଂ କୋଚ ଟି ଦିଲ୍ଲୀପ ରହିଛନ୍ତି । ଭାରତୀୟ ଟିମର କୋଚିଂ ଷ୍ଟାଫ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛନ୍ତି ।

ଭାରତୀୟ ଟିମ୍‌ ଏବେ ବିଶ୍ରାମ କରୁଛି । ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ । ଏଥିରେ ନୂଆ କୋଚିଂ ଷ୍ଟାଫ ନଜର ଆସିବେ । ବିସିସିଆଇ ସଚିବ ଜୟ ଶାହା ମୋର୍ଣ୍ଣ ମର୍କେଲଙ୍କ ନାମରେ ମୋହର ମାରିଛନ୍ତି । ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରୁ ଆରମ୍ଭ ହେବ ।

ଆସନ୍ତା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ଭାରତର ବୋଲିଂ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ମୋର୍ଣ୍ଣ ମର୍କେଲ । ସେପ୍ଟେମ୍ବର ୧ ତାରିଖରୁ ମୋର୍କେଲ ଏହି ଦାୟିତ୍ୱରେ ଯୋଗ ଦେବେ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ପ୍ରକାଶ କରିଛନ୍ତି । ଏହାପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୧୯ ସେପ୍ଟେମ୍ବରରୁ ସେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ । ଶ୍ରୀଲଙ୍କା ଗସ୍ତରେ ମଧ୍ୟ ସେ ଭାରତୀୟ ଦଳ ସହିତ ସାମିଲ ହୋଇଥାନ୍ତେ, କିନ୍ତୁ ପୂର୍ବରୁ ଏକ ଟି-୨୦ ଲିଗର ଦାୟିତ୍ୱଭାର ରହିଥିବାରୁ ମୋର୍କେଲ ବିସିସିଆଇକୁ ସମୟ ମାଗିଥିଲେ । ତେଣୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସାଇରାଜ ବହୁତୁଲେଙ୍କୁ ବୋଲିଂ ଦାୟିତ୍ୱରେ ଶ୍ରୀଲଙ୍କା ଗସ୍ତରେ ପଠାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.