ପାରାଅଲିମ୍ପିକ୍‍ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଅଚ୍ୟୁତ ସାମନ୍ତ

(କେନ୍ୟୁଜ): କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ପାରାଅଲିମ୍ପିକ୍‍ ବ୍ୟାଡ୍‍ମିଣ୍ଟନରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ, କ୍ରିଷ୍ଣା ନାଗର, ବ୍ରୋଞ୍ଜ ବିଜେତା ମନୋଜ ସରକାରଙ୍କୁ ଭେଟି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଟୋକିଓ ପାରାଅଲିମ୍ପିକସରେ ପଦକ ଜିତି ଆଜି ନୂଆଦିଲ୍ଲୀଠାରେ ପହଞ୍ଚିବା ପରେ ଏହି ଖେଳାଳିଙ୍କୁ ଭେଟି ସେମାନଙ୍କ ସହ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ ।

gold

ଏଥି ସହିତ ଓଡ଼ିଶାର ଗର୍ବ ଓ ଗୌରବ ଏହି ଖେଳାଳିମାନଙ୍କୁ ଭେଟିବାର ସୁଯୋଗ ମିଳିଥିବାରୁ ମୁଁ ବିଶେଷ ଆନନ୍ଦିତ ବୋଲି ନିଜ ପ୍ରତିକ୍ରିୟା ଶ୍ରୀ ସାମନ୍ତ କହିଛନ୍ତି । ଏହି ଅବସରରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରି ଆସୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ପ୍ରମୋଦ ଭଗତ ଓ ଅନ୍ୟ ଦୁଇ ଖେଳାଳି ଭୂୟସୀ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.