ରିଷଭ ପନ୍ତଙ୍କ ଘରେ ବିବାହ ଉତ୍ସବରେ ପହଞ୍ଚିଲେ ଧୋନି ଏବଂ ରାଇନା, କଲେ ଜବରଦସ୍ତ ଡ୍ୟାନ୍ସ

ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଘରେ ପହଞ୍ଚିଥିଲେ ଟିମ୍ ଇଣ୍ଡିଆର ଖେଳାଳି । ରିଷଭଙ୍କ ଖୁସିରେ ସାମିଲ ହେବା ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ପହଞ୍ଚିଛନ୍ତି । ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତ ବିବାହ ବନ୍ଧନରେ ଏମାନେ ଯୋଗ ଦେଇ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କ ଭଉଣୀ ବିବାହ ଉତ୍ସବରେ ଧୋନି ଏବଂ ରାଇନା ଡ୍ୟାନ୍ସ କରୁଥିବାର ଭିଡିଓ ଦେଖିବାକୁ ମିଳିଛନ୍ତି । ମଙ୍ଗଳବାର ଏବଂ ବୁଧବାର ଦିନ ମସୁରୀର ଏକ ସ୍ଥାନରେ ବିବାହ ରୀତିନୀତି ଅନୁଷ୍ଠିତ ହେଉଛି । ତେବେ ବାହାଘରରେ ରୋହିତ ଶର୍ମା, ବିରାଟ କୋହଲି ସାମିଲ ହୋଇପାରନ୍ତି ବୋଲି ଖବର ମିଳିଛି ।

ସାକ୍ଷୀ ପନ୍ତ ବ୍ୟବସାୟୀ ଅଙ୍କିତ ଚୌଧୁରୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରାୟ ନଅ ବର୍ଷ ଡେଟିଂ କରିବା ପରେ ଦୁହେଁ ଗତ ବର୍ଷ ଜାନୁଆରୀ ୫ ତାରିଖରେ ନିର୍ବନ୍ଧ କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋଦି ଜାନୁଆରୀ ୨୦୨୪ରେ ଲଣ୍ଡନରେ ହୋଇଥିବା ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିଲେ । ୟୁକେରେ ପାଠପଢ଼ୁଥିବା ସାକ୍ଷୀ ତାଙ୍କ ଯାତ୍ରାର ଫଟୋ ଏବଂ ଟ୍ରେଣ୍ଡି ପୋଷାକ ପାଇଁ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ ସୁଦ୍ଧା ଗୋଟିଏ ବି ମ୍ୟାଚ ଖେଳିନଥିଲେ । କିନ୍ତୁ ଟିମର ବିଜୟରେ ଭରପୂର ମଜା ନେଇଥିଲେ । ରିଷଭ ପନ୍ତ ଡିସେମ୍ବର ୨୦୨୨ ରେ ଏକ ବଡ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଅସ୍ତ୍ରୋପଚାର ଏବଂ ଅନେକ ଦିନ ପରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ପରେ କ୍ରିକେଟକୁ ଫେରିଥିଲେ ଏବଂ ଭାରତକୁ ଟି-୨୦ ବିଶ୍ୱକପ୍ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ ଦାୟିତ୍ବ ତୁଲାଇବା ପାଇଁ ପ୍ରସ୍ତୁତ ରହିଛନ୍ତି ପନ୍ତ । ଜାନୁଆରୀରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ ତାଙ୍କୁ ନୂଆ ଅଧିନାୟକ ଘୋଷଣା କରିଥିଲା । ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବା ପରେ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ କିଣିଛି ।

Also Read : IPL ରେ ପ୍ରସାରଣ ହେବନି କୌଣସି ପ୍ରକାରର ତମାଖୁ ଏବଂ ନିଶାଦ୍ରବ୍ୟ ବିଜ୍ଞାପନ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା…