ଆଇପିଏଲରୁ CSK ବାଦ୍ ପଡିବା ପରେ ବାଇକରେ ରାଞ୍ଚି ବୁଲିଲେ ଧୋନି, ଭିଡିଓ ଭାଇରଲ
ଚେନ୍ନାଇ ଆଇପିଏଲରୁ ବାଦ୍ ପଡିବା ପରେ ଟିମର ଅଧିନାୟକ ଏମଏସ ଧୋନି ବାଇକ ଧରି ରାଞ୍ଚି ସଡକରେ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । ଧୋନି ବାଇକରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଧୋନି ଆହତଜନିତ ସମସ୍ୟା ଚିକିତ୍ସା ପାଇଁ ଖୁବଶୀଘ୍ର ଲଣ୍ଡନ ଯିବେ । ଲଣ୍ଡନରେ ଚିକିତ୍ସା କରିବା ପରେ ଆଇପିଏଲରୁ ସନ୍ନ୍ୟାସ ନେବେ କି ନାହିଁ ତାହା ଜଣାପଡିବ ।

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୩ ବଲରେ ୨୫ ରନ୍ କରିଥିଲେ । ହେଲେ ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ହାରିଯାଥିଲା । ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ଏଲିମିନେଟ ହୋଇ ସିଏସକେ । ଚେନ୍ନାଇ ଆଇପିଏଲରୁ ବାଦ୍ ପଡିବା ପରେ ଟିମର ଅଧିନାୟକ ଏମଏସ ଧୋନି ବାଇକ ଧରି ରାଞ୍ଚି ସଡକରେ ବୁଲୁଥିବାର ଦେଖିବାକୁ ମିଳିଛନ୍ତି ।
ଧୋନି ବାଇକରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ଧୋନି ବାଇକରେ ବସି ହେଲମେଟ ପିନ୍ଧିଛନ୍ତି । ଏହି ସମୟରେ ସେ ହାଫ ଟିସାର୍ଟ ପିନ୍ଧିଥିବା ବେଳେ ହାତରେ ଘଣ୍ଟା ପିନ୍ଧିଛନ୍ତି ।
MS Dhoni in Ranchi 💛 pic.twitter.com/gNHE0fiQyf
— 🎰 (@StanMSD) May 20, 2024
ଆଇପିଏଲ ୨୦୨୪ର ୬୮ତମ ଲିଗ୍ ମ୍ୟାଚ ପରେ ଧୋନିଙ୍କ ସନ୍ନ୍ୟାସ ନେବାକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଲାଗି ରହିଛି । କେତେକ ଭାବୁଛନ୍ତି କି, ଧୋନି ନିଜ କ୍ୟାରିଅରର ଶେଷ ମ୍ୟାଚ ଆରସିବି ବିପକ୍ଷରେ ଖେଳିସାରିଛନ୍ତି । କିନ୍ତୁ କିଛି ଏହାକୁ ଗ୍ରହଣ କରୁନାହାନ୍ତି । ଧୋନି କିନ୍ତୁ ଏହାକୁ ନେଇ କୌଣସି ପ୍ରକାରର ବୟାନ ଦେଇନାହାନ୍ତି ।
ତେବେ ତାଜା ଖବର ମୁତାବକ, ଧୋନି ଆହତଜନିତ ସମସ୍ୟା ଚିକିତ୍ସା ପାଇଁ ଖୁବଶୀଘ୍ର ଲଣ୍ଡନ ଯିବେ । ଲଣ୍ଡନରେ ଚିକିତ୍ସା କରିବା ପରେ ଆଇପିଏଲରୁ ସନ୍ନ୍ୟାସ ନେବେ କି ନାହିଁ ତାହା ଜଣାପଡିବ ।
ସୂଚନାଯୋଗ୍ୟ, ଚେନ୍ନାଇ ଲିଗ୍ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ହାରିବା ପରେ ଆଇପିଏଲ ୨୦୨୪ରୁ ବାଦ୍ ପଡିଛି । ନିଜର ଶେଷ ମ୍ୟାଚରେ ଧୋନି ୧୩ ବଲରେ ୨୫ ରନ କରିଥିଲେ । ସିଏସକେ ବିଜୟ ପାଇଁ ୨୧୯ ରନ ଟାର୍ଗେଟକୁ ପିଛା କରି ୨୦୧ ରନ୍ କରିଥିଲେ ପ୍ଲେ ଅଫରେ ଏଣ୍ଟ୍ରି କରିଥାନ୍ତି, କିନ୍ତୁ ଟିମ ୭ ଓ୍ଵିକେଟ ହରାଇ ୧୯୧ ରନ୍ କରିପାରିଥିଲା । ଚଳିତ ସିଜିନରେ ଧୋନିଙ୍କ ଷ୍ଟ୍ରାଇକ ରେଟ ୨୨୦.୫୫ ରହିଥିଲା । ଏହାପରେ ଧୋନି ସନ୍ନ୍ୟାସ ନେଇପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି । କିନ୍ତୁ ଧୋନି ଆଗାମୀ ସିଜିନ ଆଇପିଏଲ ଖେଳିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।
ଧୋନି ଆଇପିଏଲରେ ୨୬୪ ମ୍ୟାଚ ଖେଳିଛନ୍ତି । ଏଥିରେ ୩୯.୧୩ ପ୍ରତିଶତରେ ୫୨୪୩ ରନ୍ କରିଥିଲେ । ଏହି ସମୟରେ ଧୋନି ୨୪ ଅର୍ଦ୍ଧଶତକ ମାରିଛନ୍ତି । ଆଇପିଏଲରେ ୨୫୨ ଛକା ଏବଂ ୩୬୩ ଚଉକା ମାରିଛନ୍ତି । ସିଏସକେ ଅଧିନାୟକତ୍ୱରେ ୫ ଥର ସିଏସକେ ଟାଇଟଲ ଜିତିଛି ।