ଟି-୨୦ ପୂର୍ବରୁ ଧୋନିଙ୍କୁ ଗୁରୁମନ୍ତ୍ର, ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଘରକୁ ଡାକି ଡିନର ପାର୍ଟି ଦେଲେ ଧୋନି

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଭାରତ ଜିତିବା ପରେ ଟି-୨୦ ମ୍ୟାଚ୍‌କୁ ନେଇ ଅନେକ ଉତ୍ସାହ ରହିଛି । ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ରାଞ୍ଚିରେ ଗତକାଲି ସନ୍ଧ୍ୟାରୁ ପହଞ୍ଚିଗଲାଣି । ଦୁଇଟି ଯାକ ଟିମ୍‌ ପଞ୍ଚତାରକା ହୋଟେଲରେ ରହିଛନ୍ତି। କିନ୍ତୁ ରାଞ୍ଚି ଯାଇଛନ୍ତି ଆଉ ଧୋନି କିଭଳି ସୁଯୋଗ ହାତଛଡା କରିବେ। ଧୋନି ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ନିଜ ଘରକୁ ଡାକି ଡିନରରେ ପାର୍ଟି ଦେଇଛନ୍ତି । ଡିନର ପାର୍ଟିକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେୃତତ୍ୱରେ ଟିମ୍‌ ଧୋନିଙ୍କ ଘରକୁ ଯାଇଥିଲେ ।

ସୂଚନା ମୁତାବକ, ଗତକାଲି ରାତିରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଧୋନିଙ୍କ ଘରେ ପହଞ୍ଚିଥିଲେ । ଆଉ ଧୋନିଙ୍କ ଫ୍ୟାମିଲ ଟିମ୍‌ ଇଣ୍ଡିଆର ଜୋରଦାର ସ୍ୱାଗତ କରିଥିଲେ । ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥିଲେ ଧୋନିଙ୍କ ପରିବାର । ଏହି ସମୟରେ ଧୋନିଙ୍କ କିଛି ସାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ଖବର ମୁତାବକ, ଧୋନି କେବଳ ଡିନର ପାଇଁ ଟି-୨୦ ପାଇଁ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାଞ୍ଚିର ଜେଏସସିଏ ପିଚ୍‌ ବିଷୟରେ ଧୋନି ବେଶି ଜାଣିଛନ୍ତି ।

ଗତଥର ଅକ୍ଟୋବରରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହିତ ଦିନିକିଆ ମ୍ୟାଚ୍‌ ଖେଳିବା ପାଇଁ ରାଞ୍ଚି ଯାଇଥିଲା । ସେତେବେଳେ ମଧ୍ୟ ଧୋନି ଟିମ୍‌ ଇଣ୍ଡିଆକୁ ପାର୍ଟି ଦେଇଥିଲେ । ଆଉ ଧୋନି ରିଟାୟରମେଣ୍ଟ ପରେ ଟିମ୍‌ ଖେଳାଳିଙ୍କ ସହିତ ଭଲ ବଡିଂ ରହିଛି ।
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ କରିବ । ଏହାଛଡା ଏକ ସାମ୍ବାଦିକ ସମ୍ମିଳନୀର ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ନ୍ୟୁଜିଲାଣ୍ଡ ଦିନ ଦ୍ୱିପ୍ରହର ୧ଟାରେ ଆଉ ୪ଟାରେ ଅଭ୍ୟାସ କରିବ । ଏହା ପରେ ଭାରତୀୟ କ୍ରିକେଟ ଟିମ୍‌ ସନ୍ଧ୍ୟା ୫ଟାରେ ଅଭ୍ୟାସ ମ୍ୟାଚ୍‌ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.