ଆଣ୍ଠୁରେ ଯନ୍ତ୍ରଣା ସତ୍ତ୍ୱେ ପଟି ବାନ୍ଧି ଫାଇନାଲରେ ବ୍ୟାଟିଂ ପାଇଁ ଆସିଥିଲେ ଧୋନି, ଦେଖନ୍ତୁ ଭିଡିଓ

ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା, ତଥାପି ପଟି ବାନ୍ଧି ଫାଇନାଲ ଦିନ ମଇଦାନକୁ ଓହ୍ଲାଇଥିଲେ ମାହି । ଛାଡିନଥିଲେ ଟିମ୍‌ର ହାତ । ଭାଇରଲ ହେଉଥିବା ଭିଡିଓ ଦେଖିଲେ ଆପଣ ଅନୁମାନ କରିପାରିବେ ।

ଆଇପିଏଲ୍‌ ୨୦୨୩ ଫାଇନାଲ ଟ୍ରଫି ଚେନ୍ନାଇ ସୁପରକିଙ୍ଗସ ଜିତିସାରିଛି । ଧୋନିଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରି ୫ମ ଥର ଟାଇଟଲ ହାସଲ କରିଛି । ହେଲେ ଏହି ସିଜନରେ ଧୋନି ଯନ୍ତ୍ରଣାରେ ଥାଇ ମଧ୍ୟ ଟିମକୁ ଛାଡିନଥିଲେ । କଷ୍ଟରେ ଥାଇ ମଧ୍ୟ ଫାଇନାଲ ଖେଳିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ @balltamperrer ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓରେ ଧୋନୀ ଫାଇନାଲ ମ୍ୟାଚରେ ବ୍ୟାଟିଂ କରିବା ପୂର୍ବରୁ ଡ୍ରେସିଂ ରୁମରେ ବସି ନିଜ ଆଣ୍ଠୁରେ ପଟି ବାନ୍ଧୁଥିବାର ନଜର ଆସିଛନ୍ତି । ଆଉ ଏହାକୁ ଦେଖିବା ପରେ ଫ୍ୟାନ୍ସ ଭାବବିହ୍ଵଳ ହୋଇପଡିଛନ୍ତି ।


ଧୋନି କଷ୍ଟରେ ଥାଇ ମଧ୍ୟ ଏହି ମ୍ୟାଚରେ ଖେଳିବାକୁ ଆସିଥିଲେ । ହେଲେ ବିନା କିଛି ରନ୍‌ ନ କରି ମୋହିତ ଶର୍ମାଙ୍କ ବଲରେ ଆଉଟ୍‌ ହୋଇଥିଲେ । କଷ୍ଟରେ ଥାଇ ମଧ୍ୟ ହସହସ ମୁହଁରେ ପଡିଆକୁ ଓହ୍ଲାଇଥିଲେ । ଟିମର ସାଥିରେ ରହିଥିଲେ ।
୧୬ତମ ସିଜିନର ବିଜେତା ହୋଇଛି ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ । ଗୁଜରାଟକୁ ହରାଇ ୫ମ ଥର ଚାମ୍ପିଅନ ହୋଇଛି ସିଏସକେ । ଫାଇନାଲ ମ୍ୟାଚ୍‌ ଜିତିବା ପରେ ଧୋନି ଭାବବିହ୍ଵଳ ହୋଇଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଆଇପିଏଲ୍‌ ୨୦୨୩ରେ ଧୋନି ୧୬ଟି ଯାକ ମ୍ୟାଚ୍‌ ଖେଳିଛନ୍ତି । ଏହାମଧ୍ୟରେ ୧୨ ଥର ମଇଦାନକୁ ଓହ୍ଲାଇଛନ୍ତି । ୨୬.୦୦ ପ୍ରତିଶତରେ ୧୦୪ ରନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.