ଆଇପିଏଲ ପରେ ନୂଆ ହେୟାର ଷ୍ଟାଇଲରେ ଧୋନି, ଫଟୋ ଭାଇରଲ

ମହେନ୍ଦ୍ର ସିଂ ଧୋନିଙ୍କ ନୂଆ ହେୟାରକଟ୍‌ । ମନୋରଂଜନ ଦୁନିଆର ବଡ ବଡ ସେଲିବ୍ରିଟି ସହିତ କାମ କରିଥିବା ହକିମ ଧୋନିଙ୍କ ନିଜ ବାନ୍ଦ୍ରା ଷ୍ଟୁଡିଓରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ହକିମ ।

ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ ଅଲିମ ହକିମ ନିକଟରେ ମହେନ୍ଦ୍ର ସିଂ ଧୋନିଙ୍କ ନୂଆ ହେୟାରକଟ୍‌ ବିଷୟରେ ପୋଷ୍ଟ କରିଛନ୍ତି । ମନୋରଂଜନ ଦୁନିଆର ବଡ ବଡ ସେଲିବ୍ରିଟି ସହିତ କାମ କରିଥିବା ହକିମ ଧୋନିଙ୍କ ନିଜ ବାନ୍ଦ୍ରା ଷ୍ଟୁଡିଓରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ହକିମ ।

ଫଟୋ ସେୟାର କରି ଅଲିମ ହକିମ ଲେଖିଛନ୍ତି, ମହେନ୍ଦ୍ର ସିଂ ଧୋନି ଆମ ସେଲୁନକୁ ଆସିଛନ୍ତି ଆଉ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ । ସେଲୁନରେ ଲୋକପ୍ରିୟ ଲୋକଙ୍କୁ ଦେଖି ବହୁତ ଖୁସି । ଜୀବନରେ ଏମିତି କିଛି ମୁହୂର୍ତ୍ତ ଥାଏ, ଯାହାକୁ ସ୍ମରଣୀୟ କରିବା ରଖାଯାଏ । ପ୍ରତ୍ୟେକ ଜିନିଷ ପାଇଁ ଭଲପାଇବା ମାହି ସାର…।

ତେବେ ସେୟାର ହୋଇଥିବା ଫଟୋରେ ଧୋନି କାରମେଲ ଟି-ସାର୍ଟ, ଜିନ୍ସ ଏବଂ ସନଗ୍ଲାସ ପିନ୍ଧିଥିବା ବେଳେ ହକିମ ସହିତ ଫଟୋ ପୋଜ ଦେଉଛନ୍ତି । ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ୮୦ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ବିଭିନ୍ନ ପ୍ରକାରର କମେଣ୍ଟ ମିଳିଛି ।

ଦେଖନ୍ତୁ ଫଟୋ :

https://www.instagram.com/p/C7dsklWN1bb/?utm_source=ig_web_copy_link

ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଦେଉଥିବା ବେଳେ ଅନେକ ପ୍ରଶଂସା କରିଛନ୍ତି ।

ଧୋନି ପୁରୁଣା ସାଙ୍ଗ ତଥା ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଅଲିମ ହକିମଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି । ତେଣୁ ହକିମ ଧୋନିଙ୍କୁ ନୂଆ ଲୁକ୍‌ ଦେଇଛନ୍ତି । ପୂର୍ବରୁ ଧୋନି ଲମ୍ବା- ହାଇଲାଇଟ ହୋଇଥିବା ଚୁଟିରେ ଭଲ୍ୟୁମିନସ ବ୍ଲୋଆଉଟ ବାଛିଥିଲେ । ଏହାପୂର୍ବରୁ ଧୋନିଙ୍କ ଆଉ ଏକ ଲୁକ୍‌ ଦେଖିବାକୁ ମିଳିଥିଲା । ଯାହାକୁ ହକିମ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଦେଖନ୍ତୁ ଫଟୋ :

https://www.instagram.com/p/CR8FAcNthXe/?utm_source=ig_web_copy_link

ସୂଚନାଯୋଗ୍ୟ, ଚେନ୍ନାଇ ଲିଗ୍‌ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ହାରିବା ପରେ ଆଇପିଏଲ ୨୦୨୪ରୁ ବାଦ୍‌ ପଡିଥିଲା । ନିଜର ଶେଷ ମ୍ୟାଚରେ ଧୋନି ୧୩ ବଲରେ ୨୫ ରନ କରିଥିଲେ । ସିଏସକେ ବିଜୟ ପାଇଁ ୨୧୯ ରନ ଟାର୍ଗେଟକୁ ପିଛା କରି ୨୦୧ ରନ୍‌ କରିଥିଲେ ପ୍ଲେ ଅଫରେ ଏଣ୍ଟ୍ରି କରିଥାନ୍ତି, କିନ୍ତୁ ଟିମ ୭ ଓ୍ଵିକେଟ ହରାଇ ୧୯୧ ରନ୍‌ କରିପାରିଥିଲା । ଚଳିତ ସିଜିନରେ ଧୋନିଙ୍କ ଷ୍ଟ୍ରାଇକ ରେଟ ୨୨୦.୫୫ ରହିଥିଲା । ଏହାପରେ ଧୋନି ସନ୍ନ୍ୟାସ ନେଇପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି । କିନ୍ତୁ ଧୋନି ଆଗାମୀ ସିଜିନ ଆଇପିଏଲ ଖେଳିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

You might also like