ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଧୋନୀଙ୍କୁ ଲାଗିଲା ଆଘାତ

ଆଉ ମାତ୍ର କିଛି ଦିନର ଅପେକ୍ଷା । ୩୦ ମେ’ ରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ତେଣୁ ସବୁ ଟିମ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ସେମାନଙ୍କ ଫିଟନେସ୍ । ବିଶ୍ବକପରେ ଖେଳୁଥିବା ସମସ୍ତ ଦେଶର ଅନେକ ଖେଳାଳି ଆଇପିଏଲରେ ବ୍ୟସ୍ତ । ହେଲେ ଅନେକ ଖେଳାଳି ବିଶ୍ବ କପକୁ ଆଖି ଆଗରେ ରଖି ସ୍ବଦେଶ ଫେରିଯାଇଛନ୍ତି ।

ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମକୁ ଲାଗିଛି ଏକ ବଡ଼ ଝଟକା । ବିଶ୍ବ କପ୍ ପୂର୍ବରୁ ଧୋନୀଙ୍କ ପିଠି କଷ୍ଟ ଆରମ୍ଭ ହୋଇଯାଇଛି । ଯାହା କ୍ରିକେଟପ୍ରେମୀଙ୍କ ପାଇଁ ନିଶ୍ଚୟ ଭାବରେ ଏକ ନିରାଶ ଜନକ ଖବର ।

ଅନ୍ୟପଟେ ଧୋନୀ କହିଛନ୍ତି, ଏଥିରେ ଚିନ୍ତା କରିବାର କିଛି ନାହିଁ । ଅନ୍ତରାଷ୍ଟ୍ରିୟ କ୍ରିକେଟରେ ଏମିତି କୌଣସି ଖେଳାଳି ନାହାଁନ୍ତି ଯିଏ ଗୋଟିଏ ଦୁଇଟା ସମସ୍ୟା ସହ ଖେଳୁ ନଥିବ । ତେବେ ଯଦି ବେଶୀ କଷ୍ଟ ହେବ ତେବେ ମୁଁ ଆରାମ ନେବି । ଅଳ୍ପ କିଛି ସମସ୍ୟା ସହ କ୍ରିକେଟ୍ ଖେଳା ଯାଇପାରିବ । ଯଦି ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇ ଖେଳିବାକୁ ଚାହିଁବୁ ତେବେ ଦୁଇଟି ମ୍ୟାଚ୍ ମଧ୍ୟରେ ୫ ବର୍ଷର ଅନ୍ତର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.