ଗ୍ରାଉଣ୍ଡ ଷ୍ଟାଫଙ୍କ ହୃଦୟ ଜିତିଲେ ଏମଏସ ଧୋନି, ସମସ୍ତଙ୍କୁ ଅଟୋଗ୍ରାଫ ସହିତ ଦେଲେ ପୁରସ୍କାର

ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅଟୋଗ୍ରାଫ ସହିତ ନଗଦ ପୁରସ୍କାର ଦେଲେ କ୍ୟାପଟେନ କୁଲ୍‌ ଧୋନି । ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍‌ ସରିବା ପରେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ସମୟ ବିତାଇ ସମସ୍ତଙ୍କୁ ଖୁସି କରିଦେଇଥିଲେ ଏମଏସ ଧୋନି । ଯାହାର ଭିଡିଓ ଭାଇରଲ ହେଉଛି ।

ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ ଧୋନି ନିଜର କୁଲ୍‌ ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚିତ । ଆଉ ପୁଣିଥରେ ଏମିତି କିଛି କରି ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି ଧୋନି । ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବା ପରେ ଏଠାରେ କାମ କରୁଥିବା ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ସମୟ ବିତାଇଛନ୍ତି । ସେମାନଙ୍କ ସହିତ ସମୟ ବିତାଇବା ସହିତ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି । ଏହାସହିତ ୨୦ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଧୋନିଙ୍କ ସହିତ ଦେଖା ହୋଇ ଅଟୋଗ୍ରାଫ ନେଇ ଗ୍ରାଉଣ୍ଡ ଷ୍ଟାଫ ସଦସ୍ୟ ଭାବୁକ ହୋଇଛନ୍ତି । ଧୋନିଙ୍କ ସହିତ ଦେଖା ହେବାର ଖୁସି ସେମାନଙ୍କ ମୁହଁରେ ଦେଖିବାକୁ ମିଳିଛି। ଏହି ସମୟରେ ଧୋନିଙ୍କ ସହିତ ସେମାନେ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ଧୋନି ସେମାନଙ୍କୁ ଦେଖା ହେବା ପରେ ସମସ୍ତଙ୍କୁ ଲଫାଫାରେ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି ।

 

View this post on Instagram

 

A post shared by Chennai Super Kings (@chennaiipl)


୨୦୧୯ ପରେ ପ୍ରଥମ ପାଇଁ ଚେନ୍ନାଇ ସୁପରକିଙ୍ଗସ ନିଜ ଘରୋଇ ମଇଦାନରେ ଖେଳିଛି । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଆଇପିଏଲ୍‌ ୨୦୨୩ ଫାଇନାଲରେ ପହଞ୍ଚିଛି । ଏବେ ଟିମ୍‌ ଅହମଦାବାଦରେ ରହିଛି । ୪ ଥର ଆଇପିଏଲ୍‌ ଚାମ୍ପିଅନ ଟ୍ରଫି ଜିତିଥିବା ଚେନ୍ନାଇ ଫାଇନାଲ ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାଏର ୨ ବିଜେତା ସହିତ ମୁହାଁମୁହିଁ ହେବ । ଚେନ୍ନାଇ ୧୦ ଥର ପାଇଁ ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.