କ୍ରୀଡା

କ’ଣ ଧୋନୀ ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି କି! ପତ୍ନୀ ସାକ୍ଷୀ ଧୋନୀ ପ୍ରେଗ୍‌ନାଣ୍ଟ ଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ

ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୧ର ଟାଇଟଲ ଜିତିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। କାହିଁକିନା, ଫାଇନାଲ ମ୍ୟାଚ୍‌ ପରେ ହଠାତ୍‌ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ ପ୍ରେଗ୍‌ନାଣ୍ଟ ଥିବାର ଖବର ଭାଇରାଲ ହେବାକୁ ଲାଗିଛି। ମିଡିଆ ରିପୋର୍ଟ ମୁତାବକ, ସୁରେଶ ରୈନାଙ୍କ ସ୍ତ୍ରୀ ପ୍ରିୟଙ୍କା ରୈନା ହିଁ ଏହି କଥାର ସୂଚନା ଦେଇଛନ୍ତି।

ରିପୋର୍ଟ ମୁତାବକ, ସାକ୍ଷୀ ଧୋନୀ ୪ ମାସର ଗର୍ଭବତୀ ଅଛନ୍ତି। ଅର୍ଥାତ୍‌ ଏମ୍‌ଏସ୍‌ ଧୋନୀ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଏହି କଥାକୁ ସ୍ପଷ୍ଟ କରିଛନ୍ତି ସିଏସ୍‌କେର ବରିଷ୍ଠ ଖେଳାଳି ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା। ଏଥି ସହିତ ସୋସିଆଲ ମିଡିଆରେ ବି କେତେଗୁଡ଼ିଏ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସାକ୍ଷୀ ଗର୍ଭବତୀ ଥିବା ଜଣାପଡ଼ୁଛନ୍ତି। ଯଦିଓ ଏବେ ଏହି କଥା ଅଫିସିଆଲି ରୂପେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏହି ଖବର ଜବରଦସ୍ତ ଭାଇରାଲ ହେବାରେ ଲାଗିଛି।

କହି ରଖୁଛୁ, ସାକ୍ଷୀ ଧୋନୀ ମୂଳତଃ ଉତ୍ତରାଖଣ୍ଡ ଡେରାଡୁନର ନିବାସୀ। ୨୦୧୦ରେ ତାଙ୍କର ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଏମ୍‌ଏସ୍‌ ଧୋନୀଙ୍କ ସହିତ ବିବାହ ହୋଇଥିଲା। ଏହାପରେ ୨୦୧୫ରେ ଦୁଇଜଣ ଏକ କନ୍ୟା ସନ୍ତାନର ମା’, ବାପା ହୋଇଥିଲେ। ଝିଅର ନାଁ ଜୀଭା ଧୋନୀ। ବର୍ତ୍ତମାନ ଜୀଭାଙ୍କୁ ୬ ବର୍ଷ ବୟସ।

ଏହାରି ଭିତରେ ଧୋନୀ ଦ୍ୱିତୀୟ ଥର ବାପା ହେବାକୁ ଯାଉଥିବା ଖବର ବ୍ୟାପିବାରେ ଲାଗିଛି। ଭାଇରାଲ ଖବର ମୁତାବକ, ପ୍ରିୟଙ୍କା ରୈନା ଏହି କଥାକୁ ବି କନ୍‌ଫର୍ମ କରିଛନ୍ତି। କିନ୍ତୁ ଏବେ ଏହାକୁ ନେଇ କୌଣସି ଭିଡିଓ କି ପୋଷ୍ଟ ସାମ୍ନାକୁ ଆସିନାହିଁ। ତେବେ ସୂଚନାଥାଉ କି, ଧୋନୀଙ୍କ ଅଧିନାୟିକତ୍ୱରେ ସିଏସ୍‌କେ ୪ର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଛି। ଧୋନୀ ଗତବର୍ଷଠୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହି ସାରିଛନ୍ତି।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

4 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

12 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

27 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

33 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

47 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago