ଆଇପିଏଲରୁ ବାଦ୍‌ ପଡିବା ପରେ ଚିକିତ୍ସା ପାଇଁ ଲଣ୍ଡନ ଯିବେ ଧୋନି, ପରେ ନେବେ ସନ୍ନ୍ୟାସ ନିଷ୍ପତ୍ତି

ନିଜର ଚିକିତ୍ସା ପାଇଁ ଖୁବଶୀଘ୍ର ଲଣ୍ଡନ ଯିବେ ଧୋନି ବୋଲି ଜଣାପଡିଛି । ଚିକିତ୍ସା ପରେ ଧୋନି ନିଜ ସନ୍ନ୍ୟାସ ନେବା ବିଷୟରେ ନିଷ୍ପତ୍ତି ନେବେ । ଆଗାମୀ ଆଇପିଏଲ ସିଜିନ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ । ଆଇପିଏଲ ୨୦୨୪ ଖେଳିବାରେ ଆହତଜନିତ ସମସ୍ୟାରେ ପୀଡିତ ଥାଇ ମଧ୍ୟ ଏତେ ସାରା ମ୍ୟାଚ ଖେଳିଥିଲେ ।

ଆଇପିଏଲରୁ ବାଦ୍‌ ପଡିବା ପରେ ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଧୋନି ଆଇପିଏଲରୁ ଫ୍ରି ହେବା ପରେ ଚିକିତ୍ସା ପାଇଁ ଲଣ୍ଡନ ଯିବେ ବୋଲି ଜଣାପଡିଛି । ଆଇପିଏଲ ୨୦୨୪ରେ ଆହତଜନିତ ସମସ୍ୟାରେ ପୀଡିତ ଥିଲେ । ଏହାସତ୍ତ୍ୱେ ମଧ୍ୟ ମ୍ୟାଚ ଖେଳିଥିଲେ । କିନ୍ତୁ ଏବେ ରିପୋର୍ଟ ମୁତାବକ, ନିଜର ଚିକିତ୍ସା ପାଇଁ ଖୁବଶୀଘ୍ର ଲଣ୍ଡନ ଯିବେ ଧୋନି ବୋଲି ଜଣାପଡିଛି ।

ଚିକିତ୍ସା ପରେ ଧୋନି ନିଜ ସନ୍ନ୍ୟାସ ନେବା ବିଷୟରେ ନିଷ୍ପତ୍ତି ନେବେ । ଆଗାମୀ ଆଇପିଏଲ ସିଜିନ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ । ଚେନ୍ନାଇ ସୁପରକିଙ୍ଗସ ଟିମ ମ୍ୟାଚ ମ୍ୟାନେଜମେଣ୍ଟ କହିଛି କି, ଧୋନି ନିଜର ମାଂସପେଶୀ ଟିୟର ଚିକିତ୍ସା ପାଇଁ ଲଣ୍ଡନ ଯିବେ । ଏହାପରେ ସନ୍ନ୍ୟାସ ନେବେ କି ନାହିଁ ନିଷ୍ପତ୍ତି ନେବେ ।

ଆଇପିଏଲ ୨୦୨୪ ଖେଳିବାରେ ଆହତଜନିତ ସମସ୍ୟାରେ ପୀଡିତ ଥାଇ ମଧ୍ୟ ଏତେ ସାରା ମ୍ୟାଚ ଖେଳିଥିଲେ । ଧୋନି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଫିଟ ନାହାନ୍ତି । ତେଣୁ ତାଙ୍କୁ ଠିକ୍‌ ହେବା ପାଇଁ ୫-୬ ମାସ ସମୟ ଲାଗିପାରେ ।
ଧୋନି ଜୁଲାଇ ୭ରେ ୪୩ ବର୍ଷରେ ପଦାର୍ପଣ କରିବେ । ତଥାପି ଧୋନି ମଇଦାନରେ ସବୁବେଳେ ଫିଟ୍‌ ରହିଥାନ୍ତି । ତେବେ ସର୍ଜରୀ କରି ଆସିବା ପରେ ସନ୍ନ୍ୟାସ ନେବେ କି ନାହିଁ ତାହା ଜଣାପଡିବ ।

ସୂଚନାଯୋଗ୍ୟ, ଚେନ୍ନାଇ ଲିଗ୍‌ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ହାରିବା ପରେ ଆଇପିଏଲ ୨୦୨୪ରୁ ବାଦ୍‌ ପଡିଛି । ନିଜର ଶେଷ ମ୍ୟାଚରେ ଧୋନି ୧୩ ବଲରେ ୨୫ ରନ କରିଥିଲେ । ସିଏସକେ ବିଜୟ ପାଇଁ ୨୧୯ ରନ ଟାର୍ଗେଟକୁ ପିଛା କରି ୨୦୧ ରନ୍‌ କରିଥିଲେ ପ୍ଲେ ଅଫରେ ଏଣ୍ଟ୍ରି କରିଥାନ୍ତି, କିନ୍ତୁ ଟିମ ୭ ଓ୍ଵିକେଟ ହରାଇ ୧୯୧ ରନ୍‌ କରିପାରିଥିଲା । ଚଳିତ ସିଜିନରେ ଧୋନିଙ୍କ ଷ୍ଟ୍ରାଇକ ରେଟ ୨୨୦.୫୫ ରହିଥିଲା । ଏହାପରେ ଧୋନି ସନ୍ନ୍ୟାସ ନେଇପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି । କିନ୍ତୁ ଧୋନି ଆଗାମୀ ସିଜିନ ଆଇପିଏଲ ଖେଳିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଧୋନି ଆଇପିଏଲରେ ୨୬୪ ମ୍ୟାଚ ଖେଳିଛନ୍ତି । ଏଥିରେ ୩୯.୧୩ ପ୍ରତିଶତରେ ୫୨୪୩ ରନ୍‌ କରିଥିଲେ । ଏହି ସମୟରେ ଧୋନି ୨୪ ଅର୍ଦ୍ଧଶତକ ମାରିଛନ୍ତି । ଆଇପିଏଲରେ ୨୫୨ ଛକା ଏବଂ ୩୬୩ ଚଉକା ମାରିଛନ୍ତି । ସିଏସକେ ଅଧିନାୟକତ୍ୱରେ ୫ ଥର ସିଏସକେ ଟାଇଟଲ ଜିତିଛି ।

Leave A Reply

Your email address will not be published.