ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢାଇଲେ ଧୋନି, ପ୍ଲେୟାରଙ୍କୁ ଦେଲେ ଖାସ୍‌ ଟିପ୍ସ

ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ରାଞ୍ଚିରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଛନ୍ତି ମହେନ୍ଦ୍ର ସିଂ ଧୋନି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଆଜି ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଯୁବ ଟିମ୍‌ ପ୍ରସ୍ତୁତ କରୁଛନ୍ତି ଚୟନ କର୍ତ୍ତା। ତେଣୁ ଟି-୨୦ ସିରିଜରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି ।

ତେଣୁ ଯୁବ ଖେଳାଳିମାନଙ୍କୁ ସଠିକ୍‌ ମାଗଦର୍ଶନ ଦେଖାଇବା ପାଇଁ ଧୋନି ହେଉଛନ୍ତି ଶ୍ରେଷ୍ଠ ବିକଳ୍ପ । ପ୍ରଥମ ମ୍ୟାଚ ରାଞ୍ଚିରେ ହେଉଥିବା ବେଳେ ଧୋନି ଗୋଟେ ଦିନ ପୂର୍ବରୁ ଟ୍ରେନିଂ ସେନସରେ ପହଞ୍ଚିଯାଇଛନ୍ତି। ବିସିସିଆଇ ଅଧିକାରୀ ଟ୍ଵିଟର ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଧୋନି ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଯୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳିଙ୍କ ସହିତ କଥା ହେଉଥିବାର ନଜର ଆସିଛନ୍ତି ।

ଏହି ସମୟରେ ସପୋର୍ଟ ଷ୍ଟାଫ ମଧ୍ୟ ଧୋନିଙ୍କ ସହିତ କଥା ହେଉଛନ୍ତି। ଓ୍ଵାଂଶିଟନ ସୁନ୍ଦରଙ୍କ ସହିତ ଅନ୍ୟ ଖେଳାଳିଙ୍କ ସହିତ କଥାବାର୍ତ୍ତା ହେଉଛି । ବିସିସିଆଇ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଦେଖ, ରାଞ୍ଚିରେ ଟ୍ରେନିଂ ସମୟରେ କିଏ ଆସିଛନ୍ତି… ମହାନ ଧୋନି ।

ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଧୋନିଙ୍କ ଘରେ ପହଞ୍ଚିଥିଲେ । ଆଉ ଧୋନିଙ୍କ ଫ୍ୟାମିଲ ଟିମ୍‌ ଇଣ୍ଡିଆର ଜୋରଦାର ସ୍ୱାଗତ କରିଥିଲେ । ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥିଲେ ଧୋନିଙ୍କ ପରିବାର । ଏହି ସମୟରେ ଧୋନିଙ୍କ କିଛି ସାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହାପରେ ହାର୍ଦ୍ଦିକ ଏବଂ ଧୋନିଙ୍କ ସହିତ ଜୟ ବୀର ପୋଜରେ ଏକ ଫଟୋ ଭାଇରଲ ହୋଇଥିଲା । ଧୋନିଙ୍କ ସହିତ ପାଣ୍ଡ୍ୟା ଫିଲ୍ମ ‘ସୋଲେ’ରେ ଯେପରି ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନ ଏକାଠି ଗାଡି ଉପରେ ବସିଥିଲେ। ସେମିତି ଏ ଦୁହେଁ ଏକାଠି ଗାଡିରେ ବସି ଫଟୋ ପୋଜ ଦେଇଥିଲେ ।

ଧୋନି ୨୦୨୦ରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ଅଧିକାଂଶ ସମୟରେ ଆଇପିଏଲରେ ଖେଳାଳିଙ୍କ ସହିତ ନଜର ଆସୁଛନ୍ତି । ଚେନ୍ନାଇ ସୁପର କିଙ୍ଗସରେ ଆଇପିଏଲ୍‌ ଖେଳୁଛନ୍ତି ଧୋନି । ଏହାବାଦ୍‌ ଯେତେବେଳେ ସୁଯୋଗ ମିଳୁଛି ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଟିମ୍‌ ନିକଟରେ ହାଜିର ହୋଇଯାଉଛନ୍ତି ଧୋନି ।