ମାତ୍ର ୧୯ ରନ୍ କରିବା ପରେ ନଂ ୧ ହୋଇଯିବେ ମହେନ୍ଦ୍ର ସିଂ ଧୋନି, ଭାଙ୍ଗିବ ସୁରେଶ ରାଇନାଙ୍କ ରେକର୍ଡ

IPL ୨୦୨୫ ଧୋନିଙ୍କ ଶେଷ ଆଇପିଏଲ ହୋଇପାରେ । ଯାହାକୁ ନେଇ ଫ୍ୟାନ୍ସ ଚର୍ଚ୍ଚା କରୁଛନ୍ତି । ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେଣି । କିନ୍ତୁ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି। ତେବେ ଏହା ତାଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି ।
ତାଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗସ ୫ ଥର ଆଇପିଏଲ ଟ୍ରଫି ଜିତିଛି । ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚାମ୍ପିଅନ ହୋଇଛି ଚେନ୍ନାଇ । ୪୪ ବର୍ଷୀୟ ଧୋନି ଆଇପିଏଲରେ ଏପର୍ଯ୍ୟନ୍ତ ସର୍ବାଧିକ ୨୬୪ ମ୍ୟାଚ୍ ଖେଳି ୩ହଜାର ୯୧୨ ରନ୍ କରିଛନ୍ତି। ଏହି ଆଇପିଏଲ ତାଙ୍କ ଶେଷ ଆଇପିଏଲ ହେବ ବୋଲି କଳ୍ପନାଜଳ୍ପନା କରାଯାଉଛି । ଧୋନି ୨୦୦୮ ରୁ ୨୦୧୫ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଖେଳିଥିଲେ ଧୋନି । ୨୦୧୬ ଓ ୨୦୧୭ରେ ଚେନ୍ନାଇ ଦୁଇ ବର୍ଷ ବାସନ୍ଦ ହେବା ଯୋଗୁଁ ଧୋନି ରାଇଜିଂ ସୁପରଜାଏଣ୍ଟସ୍ ପାଇଁ ଖେଳିଥିଲେ । ୨୦୧୮ ରୁ ପୁଣି ନିୟମିତ ଭାବେ ଚେନ୍ନାଇ ପାଇଁ ଖେଳୁଛନ୍ତି ।
ତେବେ ୨୦୨୪ରେ ଧୋନି ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ପଦ ଛାଡ଼ିଥିଲେ । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ଜାଡେଜାଙ୍କ ଅଧିନାୟକତ୍ବରେ ଖରାପ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନିଙ୍କୁ ନେତୃତ୍ବ ଦିଆଯାଇଥିଲା । ୨୦୨୩ରେ ଧୋନିଙ୍କ ନେତୃତ୍ବରେ ଦଳ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଥିଲା । ୨୦୨୪ରେ ଧୋନି ଚେନ୍ନଇ ସୁପରକିଙ୍ଗ୍ସର ଅଧିନାୟକ ପଦକୁ ଛାଡ଼ିଥିଲେ । ଏହାପରେ ଋତୁରାଜ ଗାଏକ୍ବାଡଙ୍କୁ ଟିମର ଅଧିନାୟକ ଦାୟିତ୍ବ ମିଳିଛି ।
ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପରକିଙ୍ଗସ ଟିମ୍ ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚକୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ଧୋନି ୧୯ ରନ୍ କରିବା ପରେ ଆଇପିଏଲର ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ହୋଇଯିବେ । ଧୋନି ଚେନ୍ନାଇ ସୁପରକିଙ୍ଗସ ପାଇଁ ଆଇପିଏଲରେ ୨୩୪ ମ୍ୟାଚ ଖେଳି ୪୬୬୯ ରନ୍ କରିଛନ୍ତି । ଏଥିରେ ୨୨ଟି ଅର୍ଦ୍ଧଶତକ ରହିଛି । ଚେନ୍ନାଇ ସୁପରକିଙ୍ଗସ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ରହିଛନ୍ତି ସୁରେଶ ରାଇନା । ସେ ଆଇପିଏଲରେ ଚେନ୍ନାଇ ପାଇଁ ୪୬୮୭ ରନ୍ କରିଛନ୍ତି ।
Also Read : ଇରଫାନ୍ ପଠାନ୍ ଆଇପିଏଲ୍ କମେଣ୍ଟ୍ରି ପ୍ୟାନେଲରୁ ବିଦା, ଘଟଣା ପଛରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ !