ଆଇପିଏଲ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନୂଆ ହେୟାର ଷ୍ଟାଇକୁ ନେଇ ଚର୍ଚ୍ଚା । ଧୋନିଙ୍କ ନୂଆ ହେୟାରଷ୍ଟାଇଲ ଏବେ ସମସ୍ତଙ୍କ ମନ ଜିଣିନେଇଛି । ଆଇପିଏଲ ପୂର୍ବରୁ ଧୋନିଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଧୋନିଙ୍କ ଲୁକ୍ ଆଗରେ ହଲିଉଡ ହିରୋ ମଧ୍ୟ କମ୍ ପଡିଯିବେ ।
ମାହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜର ଲୁକ୍ ବଦଳାଇଛନ୍ତି । ଗତ ଆଇପିଏଲ ୨୦୨୪ ସିଜିନରେ ଲମ୍ବା ଚୁଟିରେ ନଜର ଆସିଥିବା ଧୋନି ଚୁଟି ସଟ୍ କରିଥିବାର ନଜର ଆସିଛନ୍ତି । ସର୍ଟ ହେୟାର ଲୁକ୍ରେ ଧୋନି ଖୁବ ସୁନ୍ଦର ନଜର ଆସିଛନ୍ତି । ଧୋନିଙ୍କ ନୂଆ ଲୁକ୍ ଲୋକପ୍ରିୟ ହେୟାର ଷ୍ଟାଇଲିଶ ଅଲିମ ହକିମ ଦେଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
Mahendra Singh Dhoni 🔥🏏💈💇♂️🧨💣
The One & Only Our Thala 👑 @msdhoni 👑🔥❤️@mahi7781 @aalimhakim
📸 : @AalimHakim #mahendrasinghdhoni #dhoni #msd #dhonisnewhairstyle #thala #csk #indian #newdhoni #chennaisuperkings #aalimhakim #hakismaalim #legend #king #icon pic.twitter.com/EcvNl5Tw7b
— Aalim Hakim (@AalimHakim) October 12, 2024
ତେବେ ଧୋନି ଆଇପିଏଲରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏବେ ଧୋନିଙ୍କ ଏଭଳି ଲୁକ୍ ଦେଖି ଆସନ୍ତା ଆଇପିଏଲ ୨୦୨୫ରେ ନଜର ଆସିପାରନ୍ତି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।