ଧୋନୀଙ୍କ ବାପା ଓ ମା କରୋନା ପଜିଟିଭ ଚିହ୍ନଟ, ହସପିଟାଲରେ ହେଲେ ଭର୍ତ୍ତି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ବାପା ମା’ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ମାତା ପିତା ଉଭୟ କରୋନା ପଜିଟିଭ ହୋଇଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଏବଂ ମାତା ଦେବିକା ଦେବୀ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଆଡମିଟ୍ କରାଯାଇଛି । ସେମାନଙ୍କ ସ୍ଥିତି ସାମାନ୍ଯ ରହିଛି। ଅକ୍ସିଜେନ ଲେବଲ ଟିକ୍ ରହିଛି। କିଛିଦିନ ମଧ୍ୟରେ ସେମାନଙ୍କ ସ୍ବାସ୍ଥ୍ଯବସ୍ଥା ଠିକ୍ ହୋଇଯିବ ବୋଲି ଡାକ୍ତର କହିଛନ୍ତି।

ବର୍ତ୍ତମାନ ଆଇପିଏଲ ପାଇଁ ଧୋନୀ ମୁମ୍ୱାଇରେ ଅଛନ୍ତି । ପିତା ପାନ୍ ସିଂହ ସରକାରୀ ଚାକିରୀରୁ ଅବସର ପରେ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି । ଦେଶରେ ସ୍ଥିତି ସଂଗୀନ ହେଉଥିବାବେଳେ ଝାଡଖଣ୍ଡରେ ବି ଦୈନିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.