ଉଭୟ ଦିନିକିଆ ଓ ଟି-୨୦ ଦଳକୁ ଫେରିଲେ ଧୋନି

ମୁମ୍ବାଇ : ଅଷ୍ଟ୍ରେଲିଆରେ ଦିନିକିଆ ଏବଂ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ ଏବେ ଉଭୟ ଦିନିକିଆ ଏବଂ ଟି-୨୦ ଦଳକୁ ଫେରିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ସେ ଅଷ୍ଟ୍ରେଲିଆ ସହିତ ଦିନିକିଆ ଏବଂ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ୍‌ ଖେଳିବେ । ତେଣୁ ଯୁବ ଓ୍ଵକେଟ୍‌ କିପର ୠଷଭ ପନ୍ତ ଚଳିତ ଟେଷ୍ଟ ସିରିଜ୍‌ ପରେ ଦେଶକୁ ଫେରି ଆସିବେ । ତେବେ ସେ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ଦଳରେ ସାମିଲ ହୋଇଛନ୍ତି । ବିଶ୍ୱ କପ୍‌ ପୂର୍ବରୁ ୩୭ ବର୍ଷ ବୟସ୍କ ଧୋନିଙ୍କୁ ଅଧିକ ସୁଯୋଗ ଦେବା ଲାଗି ଏଭଳି ନିଷ୍ପତ୍ତି ହୋଇଥିବା ବିସିସି ଅଧିକାରୀ କହିଛନ୍ତି ।
ଗତ ଅକଟୋବର-ନଭେମ୍ବର ମାସରେ େଓ୍ଵଷ୍ଟଇଣ୍ଡିଜ୍‌ ସହିତ ଘରୋଇ ସିରିଜ୍‌ରେ ଖେଳିଥିବା ଦଳରେ କେବଳ ଏହି ଏକମାତ୍ର ପରିବର୍ତ୍ତନ କରାଯାଇଛି । ଅଷ୍ଟ୍ରେଲିଆ ସହିତ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ ଜାନୁଆରୀ ୧୨ରୁ ଏବଂ ନ୍ୟୁଜିଲାଣ୍ଡ ସହିତ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍‌ ଜାନୁଆରୀ ୨୩ରୁ ଆରମ୍ଭ ହେବ । କ୍ୱିଓ୍ଵି ଦଳ ସହିତ ୩ ମ୍ୟାଚ୍‌ର ଟି-୨୦ ସିଜରିଜ୍‌ ଫେବ୍ରୁଆରୀ ୬ ତାରିଖରୁ ଖେଳାଯିବ ।

ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍‌ ରାହୁଲ, ଶିଖର ଧବନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ଏମ୍‌ଏସ୍‌ ଧୋନି (ଓ୍ଵିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ, ମହମ୍ମଦ ସାମି ।

ଟି-୨୦ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍‌ ରାହୁଲ, ଶିଖର ଧବନ, ୠଷଭ ପନ୍ତ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ଏମ୍‌ଏସ୍‌ ଧୋନି (ଓ୍ଵିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ