କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନକୁ ବଢ଼ାଇ ଦିଆଯାଇଛି। ଏବେ ସାରା ଦେଶ ଘରେ ବନ୍ଦ ହୋଇଛି ରହିଛି। ସେଲିବ୍ରିଟିମାନେ ମଧ୍ୟ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ପୂର୍ବରୁ କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାରକୁ ସମୟ ଦେଇପାରୁନଥିବା ଧୋନି ଏବେ ପତ୍ନୀ ସାକ୍ଷୀ ଓ ଝିଅ ଜିବା ସହ ରାଞ୍ଚିସ୍ଥିତ ଫାର୍ମ ହାଉସରେ ସମୟ କାଟୁଛନ୍ତି।
ଚେନ୍ନାଇ ସୁପରକିଙ୍ଗସ ସାକ୍ଷୀଙ୍କ ସାହାଯ୍ୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜିବା ପାପା ଧୋନିଙ୍କ ସହ ବାଇକରେ ଫାର୍ମହାଉସରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ୧୫ ସେକେଣ୍ଡର ଭିଡିଓକୁ ହଜାରେରୁ ଊର୍ଦ୍ଧ୍ଵ ଲାଇକ ମିଳିଛି। ଭିଡିଓରେ ଧୋନିରେ ଏକ କମଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଜିବା ପିଙ୍କ କଲରର ଫ୍ରକ ପିନ୍ଧିଛନ୍ତି। ସୁଟିଂ କରିବା ବେଳେ ସାକ୍ଷୀ କହୁଛନ୍ତି ଯେ ଏହି ଦୁଇ ଛୁଆ ଖେଳୁଛନ୍ତି। ଜଣେ ଛୋଟ ଛୁଆ ଜଣେ ବଡ଼।
ସୂଚନାଯୋଗ୍ୟ ଯେ କରୋନା ଭାଇରସ ଯୋଗୁ ଆଇପିଏଲ ବନ୍ଦ ରହିଛି। ମାର୍ଚ୍ଚ ୨୯ରୁ ଏହା ଆରମ୍ଭ ହେବାର ଥିଲା। ଏଥିପାଇଁ ଖେଳାଳିମାନେ ମଧ୍ୟ ପ୍ରାକ୍ଟିସ ଆରମ୍ଭ କରିଦେଇଥିଲେ। କିନ୍ତୁ କରୋନା ସ୍ଥିତି ଗମ୍ଭୀର ହେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି।
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…
ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…