ବ୍ୟାଟିଂ ପାଇ ଆସିଥିବା ଧୋନୀ ସଜାଇଲେ ବିପକ୍ଷ ବାଲାଂଦେଶର ଫିଲ୍ଡିଂ, ଧୁମ୍‌ ମଚାଉଛି ଭିଡିଓ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ମାହି ନା କେବଳ ନିଜ ଧୂଆଁଧାର ବ୍ୟାଟିଂ ପାଇଁ ବରଂ ଉତ୍ତମ ବ୍ୟବହାର ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ କରନ୍ତି ରାଜ୍‌ । ଅନେକ ସମୟରେ ଧୋନୀଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ସେମିତି ଏକ ଭିଡିଓ ଏବେ ଆସିଛି ସାମ୍ନାକୁ ।

ଭିଡିଓଟି ହେଉଛି ବିଶ୍ୱକପ୍‌ ୨୦୧୯ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ସମୟର । ଏହି ମ୍ୟାଚରେ ବାଲାଂଦେଶ ବିରୋଧରେ ମାତ୍ର ୭୮ ବଲରେ ୧୧୩ ରନ୍‌ କରିଛନ୍ତି ଧୋନୀ । ହେଲେ ଏହି ଦମଦାର ପ୍ରଦର୍ଶନଠୁ ବିରୋଧୀ ଟିମକୁ ଫିଲଡିଂ ସେଟିଂ କରିବାରେ ସାହାଯ୍ୟ କରି ବେଶୀ ଚର୍ଚ୍ଚାରେ ଧୋନୀ । ନିଜ ଟିମ୍‌ ପାଇଁ ବ୍ୟାଟିଂ କରିବା ସହ ବାଲାଂଦେଶର ଫିଲ୍ଡିଂ ସେଟ୍‌ କରିବାରେ ସାହାଯ୍ୟ କରିଥିଲେ ଧୋନୀ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଏହା ସହ ପଢନ୍ତୁ ୱିକେଟ୍ ପଛରେ ଧୋନୀ ଥିଲେ ଛାଡନ୍ତୁନି କ୍ରିଜ୍ , ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଲା ICC

୩୯ ତମ ଓଭରରେ ଧୋନୀ ଥିଲେ ଷ୍ଟ୍ରାଇକରେ ଆଉ ବୋଲିଂ କରୁଥିଲେ ସବୀର ରହମାନ୍‌ । ସବୀର୍‌ ଯେମିତି ଓଭରର ପ୍ରଥମ ବଲ୍‌ ପକାଇବାକୁ ଆସିଲେ ସେତେବେଳେ ତାଙ୍କୁ ଅଟକିବାକୁ ଇଶାରା କଲେ ଧୋନୀ । ଏହା ପରେ ଲେଗ୍‌ ସାଇଡର ଜଣେ ଫିଲ୍ଡରଙ୍କୁ ସଠିକ୍‌ ସ୍ଥାନରେ ଛିଡା ହେବାକୁ କହିଲେ ଧୋନୀ ଯେଉଁଥିରେ ସବୀର ମଧ୍ୟ ସହମତି ଦେଖାଇଥିଲେ । ଏହା ପରେ ସେ ହାତ ହଲାଇ ଧୋନୀଙ୍କୁ ଧନ୍ୟବାଦ ମଧ୍ୟ କହିଥିଲେ ।

ଅନ୍ୟପଟେ ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମୁହଁରେ କେବଳ ଧୋନୀଙ୍କ ପ୍ରଶଂସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.