ଅଭ୍ୟାସ କ୍ୟାମ୍ପରେ ହେଲିକପ୍ଟର ସଟ୍ ମାରିଲେ ଧୋନି, ପୁରୁଣା ଦିନକୁ ମନେ ପକାଇଲେ ଫ୍ୟାନ୍ସ

ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଦୋନି ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ ସମୟରେ ମାହି ମଥିସା ପଥିରାନାଙ୍କ ବଲରେ ଜବରଦସ୍ତ ହେଲିକପ୍ଟର ସଟ୍ ଲଗାଇଛନ୍ତି । ଏହି ସଟ୍ ଦେଖି ଫ୍ୟାନ୍ସଙ୍କ ପୁରୁଣା ଦିନ ମନେ ପଡିଯାଇଛି ।
ଆଇପିଏଲ ପାଇଁ ଟ୍ରେନିଂ କ୍ୟାମ୍ପରେ ଶ୍ରୀଲଙ୍କା କ୍ରିକେଟର ମଥିସା ପଥିରାନା ଧୋନିଙ୍କୁ ଏକ ବଢିଆ ୟର୍କର ବଲ ପକାଇଥିଲେ । କିନ୍ତୁ ଧୋନି ହେଲିକପ୍ଟର ସଟ୍ ଜରିଆରେ ଛକା ମରିଥିଲେ । ଧୋନିଙ୍କ ଛକା ଦେଇ ସୋସିଆଲ ମିଡିଆରେ ଫ୍ୟାନ୍ସ ପୁରୁଣା ଦିନକୁ ମନେ ପକାଉଛନ୍ତି । ମାହିଙ୍କ ହେଲିକପ୍ଟର ସଟ୍ ପୁରୁଣା ଦିନକୁ ମନେ ପକାଇ ଦେଇଛି ।
— Telugu Dhoni fans official 🤫 (@dhonsim140024) March 18, 2025
ମେଗା ନିଲାମ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଧୋନିଙ୍କ ଅନକ୍ୟାପଡ ପ୍ଲେୟାର ଭାବେ ୪ କୋଟିରେ ରିଟେନ କରିଥିଲା । ଏହା ଧୋନିଙ୍କ ଶେଷ ଆଇପିଏଲ ସିଜନ ବୋଲି କୁହାଯାଉଛି । ମାହି ଆଇପିଏଲରୁ ଅବସର ନେବେ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହିସାରିଛନ୍ତି ।
ଧୋନିଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପରକିଙ୍ଗସ ୫ ଥର ଟାଇଟଲ ଜିତିଛି । ଏବେ ଟିମର ଅଧିନାୟକ ଦାୟିତ୍ବ ଋତୁରାଜ ଗାଏକ୍ବାଡଙ୍କ ପାଖଷର ରହିଛି । ଧୋନିଙ୍କ ଛଡା ରୋହିତ ଶର୍ମା ଅଧିନାୟକ ଭାବେ ୫ ଥର ଆଇପିଏଲ ଟାଇଟଲ ଜିତିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ୨୦୨୫ ସିଜନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଖେଳିବ ।
ସୂଚନାଯୋଗ୍ୟ , ଆଉ ମାତ୍ର କେଇ ଦିନ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । IPL 2025 ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ ଇଡେନ୍ ଗାର୍ଡେନରେ KKR ଏବଂ RCB ମଧ୍ୟରେ ଖେଳାଯିବ ।
Also Read : ଆଇପିଏଲ ପୂର୍ବରୁ ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ, ପତ୍ନୀ ଓ ପିଲା ପାଇଁ କଲେ ପ୍ରାର୍ଥନା