ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନରେ ତେଲୁଗୁ ଫ୍ୟାନ୍ସ ପାଗଳ, ତିଆରି କଲେ ୧୦୦ ଫୁଟର କଟ୍‌ଆଉଟ୍‌

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆସନ୍ତାକାଲି ନିଜର ୪୩ ତମ ଜନ୍ମଦିନ ପାଳନ କରିବେ । ବିହାର ରାଞ୍ଚିରେ ଜୁଲାଇ ୭ ତାରିଖ ୧୯୮୧ରେ ହୋଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟି୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛି ଭାରତ । ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ଟେଷ୍ଟ ଫର୍ମାଟରେ ନଂ ୧ ହୋଇଛି । ଏହାଛଡା ଆଇପିଏଲରେ ମଧ୍ୟ ଧୋନିଙ୍କ ଯାଦୁ ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗସ ମାହିଙ୍କ ଅଧିନାୟକତ୍ୱରେ ୫ଥର ଟାଇଟଲ ଜିତିଛି ।

ଧୋନିଙ୍କ ଫ୍ୟାନ୍ସ ୪୩ ତମ ଜନ୍ମଦିନ ପାଳନ କରିବାକୁ ଉତ୍ସୁକ ରହିଛନ୍ତି । ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନିଙ୍କ ୧୦୦ ଫୁଟର ଉଚ୍ଚ କଟଆଉଟ୍‌ ଭାଇରଲ ହେବାରେ ଲାଗିଛି । ଧୋନିଙ୍କ ତେଲୁଗୁ ଫ୍ୟାନ୍ସ ଏହି କଟ୍‌ଆଉଟ୍‌ ଲଗାଉଛନ୍ତି । କଟ୍‌ଆଉଟ ଭାଇରଲ ହେବା ପରେ ଖୁବ୍‌ ଚର୍ଚ୍ଚାକୁ ଆସିଛି । ଫ୍ୟାନ୍ସ ଏହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ମହେନ୍ଦ୍ର ସିଂ ଧୋନି ୯୦ ଟେଷ୍ଟ ମ୍ୟାଚର ଅଧିନାୟକ ଦାୟିତ୍ୱ ନେଇଛନ୍ତି । ଏହାଛଡା ଭାରତ ପାଇଁ ୩୫୦ ଦିନିକିଆ ଏବଂ ୯୮ ଟି୨୦ ମ୍ୟାଚ ଖେଳିଛନ୍ତି । ଭାରତ ପାଇଁ ଟେଷ୍ଟ ଫର୍ମାଟରେ ଧୋନି ୩୮.୦୯ ଆଭରେଜରେ ୪୮୭୬ ରନ୍‌ କରିଛି । ଦିନିକିଆ ଫର୍ମାଟରେ ୮୭.୫୬ ଷ୍ଟ୍ରାଇକ ରେଟ ଏବଂ ୫୦.୫୮ ଆଭରେଜରେ ୧୦୭୭୩ ରନ୍‌ କରିଛନ୍ତି । ଟି୨୦ରେ ଧୋନି ୧୨୬.୧୩ ଷ୍ଟ୍ରାଇକ ଏବଂ ୩୭.୬ ଆଭରେଜରେ ୧୬୧୭ ରନ୍‌ କରିଛନ୍ତି ।