ମହେନ୍ଦ୍ର ସିଂ ଧୋନୀ ଆଜି କରିବେ କି ଅବସର ଘୋଷଣା! ଏହା ହେଉଛି ସବୁଠାରୁ ବଡ଼ କାରଣ

ଏମ୍‌ଏସ୍‌ ଧୋନୀ ଚେନ୍ନାଇ ସୁପରକିଙ୍ଗ୍‌ସକୁ ୮ମ ଥର ପାଇଁ ଆଇପିଏଲ୍‌ ଫାଇନାଲରେ ପହଞ୍ଚାଇ ଏହା ପ୍ରମାଣିତ କରି ଦେଇଛନ୍ତି କି, ସିଂହ କେବେ ବି ବୁଢ଼ା ହୁଏ ନାହିଁ। ବିପଦ ସମୟରେ ସବୁବେଳେ ନିଜ ଦଳ ସହିତ ଛିଡ଼ା ହୋଇଥାଏ। ମାହି କ୍ୱାଲିଫାୟର-୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଓ୍ଵିନିଙ୍ଗ୍‌ ଶଟ୍‌ ଲଗାଇ ‘ୟେଲୋ ଆର୍ମି’କୁ ପୁଣିଥରେ ଟ୍ରଫିର ନିକଟତର କରାଇଛନ୍ତି।

ଧୋନୀ ଦେବେ CSKକୁ ଉପହାର?

୧୫ ଅକ୍ଟୋବରରେ ଏମ୍‌ଏସ୍‌ ଧୋନୀଙ୍କ ପ୍ରଚେଷ୍ଟା ରହିବ କି, ଚେନ୍ନାଇ ସୁପରକିଙ୍ଗ୍‌ସକୁ ୪ର୍ଥ ଥର ପାଇଁ ଆଇପିଏଲ୍‌ର ଚାମ୍ପିୟନ ବନାଇବେ। ଅବସର ପୂର୍ବରୁ ମାହି ନିଜ ଟିମ୍‌କୁ ଏହି ଉପହାର ନିଶ୍ଚୟ ଦେବାକୁ ଚାହିଁବେ। ଯଦି ‘ୟେଲୋ ଆର୍ମି’ ଶୁକ୍ରବାର ଫାଇନାଲ ଲଢ଼େଇ କୋଲକାତା ନାଇଟ୍‌ରାଇଡର୍ସ ବିପକ୍ଷରେ ଜିତି ଯାଉଛି, ତା’ହେଲେ ସମ୍ଭବତଃ ମହେନ୍ଦ୍ର ସିଂହ ଧୋନୀ ହଠାତ୍‌ ନିଜର ଅବସର ଘୋଷଣା କରିଦେବେ।

ଆଗାମୀ ବର୍ଷ ଆଇପିଏଲ୍‌ର ମେଗା ଅକ୍ସନ ହେବାକୁ ଯାଉଛି। ବର୍ତ୍ତମାନର ନିୟମ ଅନୁଯାୟୀ, କୌଣସି ବି ଫ୍ରାଞ୍ଚାଇଜିକୁ ନିଲାମୀ ପୂର୍ବରୁ ୩ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯିବ। ଯଦି ଧୋନୀ ଅବସର ନେଉ ନାହାନ୍ତି, ତା’ହେଲେ ସିଏସ୍‌କେ ପୁନର୍ବାର ମାହିଙ୍କୁ ଅତିକମ୍‌ରେ ୧୫ କୋଟି ଦରମା ଦେବ। ତେଣୁ ଅନେକ ଯୁବ ଖେଳାଳି ଦଳରେ ଅନ୍ତର୍ଭୁକ୍ତ ହୋଇପାରିବେ।

ନୂଆ ଖେଳାଳିଙ୍କୁ ମଉକା ଦେବାକୁ ଚାହିଁବେ ଧୋନୀ

ଏମ୍‌ଏସ୍‌ ଧୋନୀ ସରପ୍ରାଇଜ୍‌ ନିଷ୍ପତ୍ତି ପାଇଁ ଜଣାଯାଇ ଥାଆନ୍ତି। ଯଦି ଏଥର ସିଏସ୍‌କେ ଚାମ୍ପିୟନ ହେଲା, ତା’ହେଲେ ମାହିଙ୍କ ମିଶନ ପୂରା ହୋଇଯିବ ଏବଂ ସେ ଟିମ୍‌ର କମାଣ୍ଡଙ୍କୁ ଖୁସି ଖୁସିରେ ନୂତନ ଖେଳାଳି ଦେଇପାରିବେ। ଧୋନୀ ଚାହିଁବେ କି, ତାଙ୍କୁ ମିଳିଥିବା ବେତନରୁ ନୂଆ ଟିମ୍‌ ବନାଯାଉ, ଯାହା ଫ୍ରାଞ୍ଚାଇଜି ପାଇଁ ନୂଆ ଇତିହାସ ଲେଖିବାରେ ସହାୟକ ହେବ।

ମହେନ୍ଦ୍ର ସିଂହ ଧୋନୀ ଯଦି ଜଣେ ଖେଳାଳି ଭାବେ ଆଇପିଏଲ୍‌ରୁ ବିଦାୟ ନିଅନ୍ତି, ତା’ହେଲେ ମଧ୍ୟ ସେ ଚେନ୍ନାଇ ସୁପର କିଙ୍ଗ୍‌ସର ହାତ ଛାଡ଼ିବେ ନାହିଁ। ଆସନ୍ତା ବର୍ଷ ମାହି ଏହି ଦଳର ନୂତନ ପରାମର୍ଶଦାତା କିମ୍ବା ପ୍ରଶିକ୍ଷକ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.