ମ୍ୟାଚ୍ ପରେ ଦେଖିବାକୁ ମିଳିଲା ଧୋନି ଏବଂ କୋହଲିଙ୍କ ବନ୍ଧୁତା, ପରସ୍ପରକୁ ଆଲିଙ୍ଗନ କଲେ

ଧୋନିଙ୍କ ଉପରେ ଭାରି ପଡିଲେ ବିରାଟ । ଆଇପିଏଲରେ ଚେନ୍ନାଇକୁ ହରାଇ ବିଜୟୀ ହୋଇଛି ବେଙ୍ଗାଲୁରୁ । ଚେନ୍ନାଇକୁ ୫୦ ରନରେ ହରାଇଛି ଆସିବି । ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଉଭୟଙ୍କ ପୁରୁଣା ବନ୍ଧୁତା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଧୋନି ଏବଂ କୋହଲିଙ୍କ ମଧ୍ୟରେ ବନ୍ଧୁତା ନିଆରା । ବିରାଟ କୋହଲି ନିଜର ଇଣ୍ଟରନ୍ୟାସନାଲ କ୍ରିକେଟରେ ଧୋନିଙ୍କ ଅଧିନାୟକତ୍ବରେ ଡେବ୍ୟୁ କରିଥିଲେ ।
Virat Kohli hugging MS Dhoni. 🥺❤️
– A beautiful frame from the match pic.twitter.com/TQTBB37qfB
— Sonusays (@IamSonu____) March 28, 2025
୧୭ ବର୍ଷ ପରେ ଚେନ୍ନାଇକୁ ପରାସ୍ତ କରିଛି ଆରସିବି । ଶେଷଥର ୨୦୦୮ ମସିହାରେ ଆରସିବି ଚେନ୍ନାଇଠୁ ବିଜୟୀ ହୋଇଥିଲା । ଗତକାଲି ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ କରିଥିଲା ଆରସିବି । ୧୯୭ ରନ୍ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପରକିଙ୍ଗସ୍ । ୮ ୱିକେଟ ମାତ୍ର ୧୪୬ ରନ୍ କରିଥିଲା CSK । ୫୦ ରନରେ ଚେନ୍ନାଇକୁ ହରାଇଛି ବେଙ୍ଗାଲୁରୁ ।
RCB ପକ୍ଷରୁ କ୍ୟାପଟେନ ରଜତ ପଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଫିଲିଫ୍ ସଲ୍ଟ ୩୨ ଓ ବିରାଟ କୋହଲି ୩୧ ରନ୍ କରିଥିଲେ । ଜୋସ୍ ହାଜଲେଉଡ୍ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ୟଶ ଦୟାଲ ଓ ଲିଆମ ଲିଭିଂଷ୍ଟୋନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେପଟେ ଚେନ୍ନାଇ ପକ୍ଷରୁ ରଚିନ ରବୀନ୍ଦ୍ର ସର୍ବାଧିକ ୪୧ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ୫, ଋତୁରାଜ ଗାଏକ୍ବାଡ ୦ ଓ ଦୀପକ ହୁଡା ମାତ୍ର ୪ ରନ୍ କରିଥିଲେ ।
Also Read : ସୋସିଆଲ ମିଡିଆରେ ଚର୍ଚ୍ଚା, ଟଙ୍କା ଦେଇ ଭଡ଼ାରେ ଫ୍ୟାନ୍ସ ଯୋଗାଡ଼ କରିଥିଲେ ରିୟାନ ପରାଗ