ମହେନ୍ଦ୍ର ସିଂହ ଧୋନୀ ଓ କୋହଲି କେଏଲ୍‌ ରାହୁଲଙ୍କ ବିବାହରେ ଦେଲେ ସାଢ଼େ ତିନି କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ : ଭାରତର ଓପନର ବ୍ୟାଟ୍ସମ୍ୟାନ୍‌ ତଥା ଓ୍ଵକେଟ କିପର କେ ଏଲ୍‌ ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅଙ୍କୁ ବିବାହ କରିଛନ୍ତି । ୨୩ ଜାନୁଆରୀରେ ଖଣ୍ଡାଲାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଉଭୟଙ୍କ ବିବାହରେ ତାଙ୍କର ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ରାହୁଲଙ୍କୁ ଉପହାର ଦେଇଛନ୍ତି । ଭାରତର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଏବଂ କ୍ରିକେଟର ବିରାଟ କୋହଲି ମଧ୍ୟ ରାହୁଲଙ୍କୁ ଉପହାର ଦେଇଛନ୍ତି ।

ଭାରତର କ୍ରିକେଟର ରାହୁଲ ଦୀର୍ଘ ଦିନର ପ୍ରେମିକା ଅଥିୟା ସେଟ୍ଟୀଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଧୋନୀ ଓ କୋହଲି ରାହୁଲଙ୍କୁ ଉପହାର ମଧ୍ୟ ଦେଇଛନ୍ତି । ଭାରତର ଦୁଇ ପୂର୍ବ କ୍ୟାପଟେନ ରାହୁଲଙ୍କୁ ୩.୫୦ କୋଟି ଟଙ୍କାର ଉପହାର ଦେଇଛନ୍ତି ।

ଧୋନୀଙ୍କ କ୍ୟାପଟେନସିପ ମଧ୍ୟରେ ରାହୁଳ ପ୍ରବେଶ କରିଥିଲେ

ଧୋନୀଙ୍କ ନେତୃତ୍ୱରେ ରାହୁଳ ଭାରତ ପାଇଁ ଦିନିକିଆ ଓ ଟି20 ଖେଳ ଆରମ୍ଭ କରିଥିଲେ । ଧୋନୀ ରାହୁଲଙ୍କୁ ବିବାହ ଉପହାର ସ୍ୱରୁପ ୮୦ ଲକ୍ଷ ଟଙ୍କାର ନିଞ୍ଜା ବାଇକ୍‌ ଉପହାର ଦେଇଥିବା ବେଳେ କ୍ରିକେଟର କୋହଲି ଓ ଅନୁଷ୍କା ଶର୍ମା ରାହୁଲଙ୍କୁ ବିଏମଡବ୍ଲ୍ୟୁ ଉପହାର ଦେଇଛନ୍ତି । ଯାହାର ଦାମ ରହିଛି ୨ କୋଟି ୭୦ ଲକ୍ଷ ଟଙ୍କା । ଶୁଣାଯାଉଛି କୋହଲି ଓ ଧୋନୀ ବିବାହରେ ଯୋଗ ଦେଇ ପାରିନଥିଲେ ।

ହେଲେ ତାଙ୍କର ଉପହାର ରାହୁଲଙ୍କ ପାଖରେ ପହଞ୍ଚି ଯାଇଛି । ରାହୁଲ ଓ ଅଥିୟା ଖଣ୍ଡାଲାରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ବଲିଉଡ ଓ ଖେଲ ଜଗତର ବହୁ ଲୋକପ୍ରିୟ ଅଭିନେତା ଓ ଖେଳାଳୀ ଯୋଗ ଦେଇଛନ୍ତି । ଯଦିଓ କେହି କେହି ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ବିବାହରେ ଯୋଗ ଦେଇ ପାରି ନାହାଁନ୍ତି , ହେଲେ ତାଙ୍କର ଉପହାର ନିଶ୍ଚିତ ପହଞ୍ଚିଛି ।

ଧୋନୀ ଭିଡିଓ ଜରିଆରେ ବିବାହ ଶୁଭେଚ୍ଛା ପଠାଇ ଥିବା ବେଳେ କୋହଲି ଏବେ ଏକ ଦିବସୀୟ ମ୍ୟାଚରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.