କ୍ରିକେଟ ପରେ ଏବେ ଫୁଟବଲ ଉପରେ ନଜର, ଲିଭରପୁଲ ଏଫସି କିଣିପାରନ୍ତି ମୁକେଶ ଅମ୍ବାନୀ !

ଏସିଆର ଦ୍ଵିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ବଡ ଡିଲ୍‌ କରିବାକୁ ଯାଉଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ତଥା ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନର ମାଲିକ ପୁଣିଥରେ ଖେଳ ଜଗତରେ ନିଜର ଦବଦବା ଜାହିର କରିବାକୁ ଯାଉଛନ୍ତି। ଖୁବଶୀଘ୍ର ମୁକେଶ ଅମ୍ବାନୀ ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍ କିଣିପାରନ୍ତି ବୋଲି ଖବର ମିଳିଛି।

ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଇଂଲିଶ୍ ପ୍ରିମିୟର ଲିଗ୍ ଦଳ ଲିଭରପୁଲ୍ ଏଫସିକୁ କିଣିବାକୁ ମନ ବଳାଇଛନ୍ତି । ସେ ଇତିମଧ୍ୟରେ ଲିଭରପୁଲ୍ ଏଫସି କ୍ଲବ୍ ବିଷୟରେ ପଚରାଉଚୁରା କରିବା ସହ ଏହାକୁ କିଣିବା ନେଇ ଯୋଜନା କରୁଛନ୍ତି ବୋଲି ‘ଦ ମିରର’ରେ ପ୍ରକାଶ ପାଇଛି ।

ଲିଭରପୁଲ୍ ଏଫସିର ମାଲିକ ଫେନ୍ୱେ ସ୍ପୋର୍ଟ୍ସ ଗ୍ରୁପ୍ (FSG) କ୍ଲବ୍କୁ ବିକ୍ରି କରିବାକୁ ଚାହୁଁଛନ୍ତି । ଫଳରେ FSG ପକ୍ଷରୁ ନିକଟରେ ଗୋଲ୍ଡେନ ସାଚ୍ସ ଏବଂ ମୋର୍ଗାନ ଷ୍ଟାନ୍ଲୀଙ୍କୁ କ୍ଲବ୍ ବିକ୍ରି କରିବାରେ ସହାୟତା କରିବାକୁ ନିଯୁକ୍ତ କରିଛନ୍ତି । ୨୦୧୦ରେ FSG କମ୍ପାନୀ ମର୍ସିସାଇଡ୍ କ୍ଲବ୍ ଲିଭରପୁଲ୍କୁ କିଣିଥିଲା ।

‘ଦ ମିରର’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଫ୍ଏସ୍ଜି କମ୍ପାନୀ ୪ ବିଲିୟନ୍ ଡଲାର ପାଉଣ୍ଡରେ ଲିଭରପୁଲ୍ କ୍ଲବ୍କୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏହାକୁ କିଣିବାକୁ ମୁକେଶ ଅମ୍ବାନୀ ମନ ବଳାଇଛନ୍ତି ।

ମୁକେଶ ଅମ୍ବାନୀ ଖେଳ ପ୍ରତି ଅନେକ ରୁଚି ରଖିଛନ୍ତି। ଖେଳ ଜଗତରେ ନିଜର ଦବଦବା ବଢାଇବା ପାଇଁ ପ୍ରୟାସ କରୁଛନ୍ତି। ପୂର୍ବରୁ ଆଇପିଏଲ ଟିମ୍‌ କିଣିଥିବା ବେଳେ ଏବେ ଫୁଟବଲ ଟିମ୍‌ କିଣିବାକୁ ମନ ବଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.