କୋଲକାତା ନାଇଟ୍ ରାଇଡର୍ସକୁ ଧୂଳି ଚଟାଇଲା ମୁମ୍ବାଇ ଇଣ୍ଡିଆନ୍, ରୋହିତଙ୍କ ଯୋଗୁ ଜିତିଲା ଟିମ୍

ଆଇପିଏଲ୍ର ପଞ୍ଚମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍ରେ ପରାସ୍ତ କରିଛି। ଫଳରେ ଚଳିତ ଆଇପିଏଲ୍ରେ ମୁମ୍ବାଇ ନିଜ ଦ୍ୱିତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ କୋଲକାତା ନିଜ ଏଣ୍ଟ୍ରି ମ୍ୟାଚ୍ରେ ପରାଜୟ ବରଣ କରିଛି।
Hitman is adjudged the Man of the Match for his match-winning knock of 80 off 54 deliveries.#Dream11IPL #KKRvMI pic.twitter.com/nwReQGCc9o
— IndianPremierLeague (@IPL) September 23, 2020
ଆଇପିଏଲ୍ ଇତିହାସରେ ୪ ଥର ବିଜୟ ଲାଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦୁଇ ଥର ବିଜେତା ହୋଇଥିବା କେକେଆର ମଧ୍ୟରେ ଖେଳାଯାଇଥିବା ଏହି ରୋଚକ ମ୍ୟାଚ୍ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ କେକେଆର ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ମାତ୍ର ୧୪୬ ରନ୍ କରିବାରେ ସମର୍ଥ ହୋଇଥିଲା। ଫଳରେ କେକେଆରକୁ ପରାଜୟ ବରଣ କରିବାକୁ ପଡ଼ିଛି। ତେବେ ରୋହିତଙ୍କୁ ଚଳିତମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।
Dream11 GameChanger of Match 5 between @KKRiders and @mipaltan is Rohit Sharma.@Dream11 #YeApnaGameHai #Dream11IPL pic.twitter.com/HwnMVMgan5
— IndianPremierLeague (@IPL) September 23, 2020