ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର କମାଲ୍, ହାଇଦ୍ରାବାଦକୁ ୪ ୱିକେଟରେ ଦେଲା ମାତ୍

ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ଆଇପିଏଲ ସିଜିନରେ ପ୍ରଥମ ଥର କ୍ରମାଗତ ବିଜୟ । ହାଇଦ୍ରାବାଦକୁ ୪ ୱିକେଟରେ ହରାଇଲା ମୁମ୍ବାଇ । ଏଥିସହ ମୁମ୍ବାଇ ସପ୍ତମ ମ୍ୟାଚରୁ ତୃତୀୟ ବିଜୟ ପାଇଥିବା ବେଳେ ହାଇଦ୍ରାବାଦ ସପ୍ତମରୁ ପଞ୍ଚମ ପରାଜୟ ବରଣ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତିବା ସହ ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ପସନ୍ଦ କରିଥିଲା । ସନରାଇଜର୍ସ ହାଇଦ୍ରାବାଦ ପ୍ରତିଟି ରନ ପାଇଁ ସଂଘର୍ଷ କରିଥିଲା ।
ପ୍ରାରମ୍ଭିକ ଯୋଡି ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ ପାୱାର ପ୍ଲେ ଭିତରେ ବିନା କ୍ଷତିରେ ୪୬ ରନ ଉଠାଇଥିଲେ ମଧ୍ୟ ମିଡିଲ ଓଭରରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ । ଅଭିଷେକ ୨୮ ବଲରୁ ୪୦ ରନ ଓ ହେଡ ୨୯ ବଲରୁ ୨୮ ରନ କରି ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ୱିଲ ଜ୍ୟାକ୍ସଙ୍କ ଶିକାର ହୋଇଥିଲେ ।
ନୀତୀଶ ରେଡ୍ଡୀ ୨୧ ବଲରୁ ରନ କରିଥିଲେ । ହାଇଦ୍ରାବଦ ନିର୍ଦ୍ଦାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଥିଲା । ମୁମ୍ବାଇ ଭଲ ଖେଳି ବିଜୟ ଲକ୍ଷ୍ୟକୁ ୧୧ ବଲ ପୂର୍ବରୁ ହାସଲ କରିନେଇଥିଲେ । ଆଜି ଆଇପିଏଲରେ ବେଙ୍ଗାଳୁରୁ ଓ ପଞ୍ଜାବ ମୁହାଁମୁହିଁ ହେବେ ।
ଆହୁରି ପଢନ୍ତୁ: ଆଇପିଏଲରେ ସୁପର ଓଭରର ଇତିହାସ, କେତେଥର ହୋଇଛି ଓ କିଏ ଅଧିକ ଜିତିଛି ଜାଣନ୍ତୁ