ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଲଜ୍ଜାଜନକ ପରାଜୟ

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଲଜ୍ଜାଜନକ ପରାଜୟ । ସୋମବାର କୋଲକାତା ନାଇଟ୍ ରାଇଡର୍ସ ଠାରୁ ୫୨ ରନ୍ରେ ହାରି ଏମିତି ଏକ ରେକର୍ଡ କରିଛି ଏହି ପାଞ୍ଚ ଥରର ବିଜେତା । ଆଇପିଏଲର କୌଣସି ଗୋଟିଏ ସିଜିନରେ ପ୍ରଥମ ଥର ପାଇଁ ସବୁଠାରୁ ଅଧିକ ମ୍ୟାଚ ହାରିଛି ମୁମ୍ବାଇ । ୨୦୦୯, ୨୦୧୪ ଏବଂ ୨୦୧୮ ସିଜିନରେ ଦଳ ୮-୮ଟି ମୁକାବିଲାରେ ପରାଜିତ ହୋଇଥିଲା । ୨୦୧୨, ୨୦୧୬ ଏବଂ ୨୦୨୧ ସିଜିନରେ ଦଳକୁ ୭ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସୋମବାର ଟସ୍ ହାରି କୋଲକାତା ନିର୍ଦ୍ଧାରିତ ଓଭରରେ ୯ଓ୍ଵିକେଟ୍ ହରାଇ ୧୬୫ ରନ୍ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୭.୩ ଓଭରରେ ୧୧୩ ରନ କରି ଅଲଆଉଟ୍ ହୋଇଥିଲା । ତେବେ ମୁମ୍ବାଇ ବିପକ୍ଷରେ କୋଲକାତାର ଏହା ହାଟ୍ରିକ ବିଜୟ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଆଇପିଏଲ ପ୍ଲେ ଅଫ ପାଇଁ ଆଶା ବାନ୍ଧିଛି କେକେଆର୍ । ୧୧ଟି ମ୍ୟାଚରୁ ୯ଟିରେ ପରାଜିତ ହୋଇ ମୁମ୍ବାଇ ପୂର୍ବରୁ ହିଁ ପ୍ଲେ ଅଫ ରେସରୁ ଆଉଟ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.