ଆଇପିଏଲ୍‌ : ରାଜସ୍ଥାନ ଠାରୁ ହାରିଗଲା ମୁମ୍ବାଇ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଆଜି ରାଜସ୍ଥାନ ରୟାଲ୍ସ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା । ଜବାବରେ ବଟଲରଙ୍କ ୮୯ ରନ୍‌ ବଳରେ ଆଉ ୩ଟି ବଲ୍‌ ବାକି ଥାଇ ରାଜସ୍ଥାନ ୬ ଓ୍ଵିକେଟ୍‌ ବିନିମୟରେ ୧୮୮ ରନ୍‌ କରି ଜିତି ଯାଇଥିଲା ।
ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୭ ଓ ଡିକକ୍‌ ସର୍ବାଧିକ ୮୧ ରନ୍‌ କରିଥିଲେ । ସେହିପରି ରାଜସ୍ଥାନ ରୟାଲ୍ସ ତରଫରୁ ଅଧିନାୟକ ଅଜିଙ୍କ୍ୟ ରାହାଣେ ୩୭, ସଞ୍ଜୁ ସାମସନ୍‌ ୩୧ ରନ୍‌ କରିଥିଲେ । ମୁମ୍ବାଇ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲ୍‌ରେ ୨୮ ରନ୍‌ କରିଥିବା ବେଳେ ଭାଇ କ୍ରୁନାଲ ପାଣ୍ଡ୍ୟା ୩ଟି ଓ୍ଵିକେଟ୍‌ ନେଇଥିଲେ । ତଥାପି ସେମାନେ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ । ଏପର୍ଯ୍ୟନ୍ତ ମୁମ୍ବାଇ ୭ଟି ମ୍ୟାଚ୍‌ରୁ ୮ ପଏଣ୍ଟ ଏବଂ ରାଜସ୍ଥାନ ୭ଟି ମ୍ୟାଚ୍‌ରୁ ୪ ପଏଣ୍ଟ ହାସଲ କରିଛନ୍ତି ।