ଜିତିବା ପରେ ବି ମୁମ୍ବାଇ ଇଣ୍ଡିଆନ୍ସକୁ ସହିବାକୁ ପଡିଲା ବଡ କ୍ଷତି, ଅଧା ହେଲା ପୁରସ୍କାର ରାଶି

ଅନେକ କଳ୍ପନାଜଳ୍ପନା ପରେ ବିନା ଦର୍ଶକରେ ଆରମ୍ଭ ହୋଇଥିଲା ଆଇପିଏଲ୍। ସେମିତି ବିନା ଦର୍ଶକରେ ମଧ୍ୟ ଶେଷ ହେଲା ଆଇପିଏଲ୍ ୨୦୨୦ । ତେବେ ମରୁଭୂମିରେ ଖେଳାଯାଇଥିବା ଆଇପିଏଲରେ ତ୍ରୟୋଦଶ ସଂସ୍କରଣ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଚାମ୍ପିଅନ୍ ହୋଇଛି । ମୁମ୍ବାଇ ୫ ଓ୍ଵିକେଟରେ ବିଜୟୀ ହୋଇଛି ।

ଲଗାତାର ଦୁଇ ଥର ମୁମ୍ବାଇ ଟ୍ରଫି ଉପରେ କବଜା କରିଛି। ମୁମ୍ବାଇ ଚାମ୍ପିଅନ ହେବା ପରେ ମଧ୍ୟ ବଡ କ୍ଷତି ସହିବାକୁ ପଡିଛି। କୋଭିଡ ଯୋଗୁଁ ବସିସିଆଇକୁ ଆଇପିଏ୍ ଆୟୋଜନ କରିବା ପାଇଁ ଅନେକ ସମସ୍ଯାର ସାମ୍ନା କରିଥିଲା ଏବଂ ଏହି କରୋନା ପାଇଁ ମଧ୍ୟ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ବଡ କ୍ଷତି ସହିବାକୁ ପଡିଲା।

ଚଳିତ ଆଇପିଏଲ୍ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା। ଯେଉଁଥିରୁ ୫୦ ପ୍ରତିଶତ ପୁରସ୍କାର ରାଶିକୁ କାଟି ଦିଆଯାଇଛି। ସେହିପରି ଦିଲ୍ଲୀ କ୍ଯାପିଟାଲ୍ସ ଟିମ୍କୁ ମଧ୍ୟ ୬.୨୫ କୋଟି ଟଙ୍କା ଦିଆଯାଇଛି। ସେହିଭଳି ୩ ନଂ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ବିରାଟ କୋହଲିଙ୍କ ଟିମ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋରକୁ ୫-୫ କୋଟି ଟଙ୍କା ପୁରସ୍କାର ମିଳିଛି।

କରୋନା ଯୋଗୁଁ ୬ ମାସ ବିଳମ୍ବରେ ଆଇପିଏଲ୍ ଆରମ୍ଭ ହୋଇଥିଲା। ଆଇପିଏଲ ଆରମ୍ଭରୁ ଟାଇଟଲ ସ୍ପୋନସନର ଭିଭୋ ମଧ୍ୟ ହଟିଥିଲା। ଖାସ୍ ଏହିସବୁ କାରଣ ଯୋଗୁଁ ବିସିସିଆଇ କ୍ଷତି ନ ସହିବା ପାଇଁ ମୁମ୍ବାଇର ପୁରସ୍କାର ରାଶିକୁ ୫୦ ପ୍ରତିଶତ କାଟିଦେଇଛି। ପୂର୍ବରୁ ଆଇପିଏଲ୍ ଟାଇଟଲ ବିଜେତାକୁ ୨୦ କୋଟି ଟଙ୍କା ମିଳୁଥିଲା ଏବଂ ଉପବିଜେତାଙ୍କୁ ୧୨.୫ କୋଟି ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.