ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଟିମର ନୂଆ ଜର୍ସି ଲଞ୍ଚ

ଆଇପିଏଲ୍-୨୦୨୧ ସିଜିନ ୧୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏମିତିରେ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୫ ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ନିକଟରେ ସିଏସକେ ନୂଆ ଜର୍ସି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଲଞ୍ଚ କରିଥିଲେ। ଏଥିରେ ଭାରତୀୟ ଯବାନମାନଙ୍କ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶିତ ହୋଇଥିବା ମଧ୍ୟ ଦଳ ପକ୍ଷରୁ କୁହାଯାଇଥିଲା।
ଏନେଇ ଏକ ଭିଡିଓ ପୋଷ୍ଟ କରାଯାଇଥିବା ବେଳେ ଜର୍ସିରେ ନୀଳ ଏଂବ ଗୋଲ୍ଡେନ ରଙ୍ଗ ଉପରେ ଜୋର ଦିଆଯାଇଥିବା ଦେଖିବାକୁ ମିଳିଛି। ଆଇପିଏଲ୍-୨୦୨୧ରେ ମୁମ୍ବାଇ ପାଇଁ ଇତିହାସ ରଚିବାର ମଉକା ରହିଛି। ଚଳିତ ବର୍ଷ ଆଇପିଏଲ ଟ୍ରଫି ଜିଣିଲେ ଲଗାତାର ତୃତୀୟ କପ୍ ଅକ୍ତିଆର କରି ରେକର୍ଡ ରଚିବ ମୁମ୍ବାଇ ଇଣ୍ଡିଆନ୍ସ।
🆕 season, 🆕 look 💙
👕 Pre-order your MI Blue and Gold jersey here: https://t.co/Oo7qj5m4cN#OneFamily #MumbaiIndians #IPL2021 @Jaspritbumrah93 @ImRo45 @hardikpandya7 @thesouledstore pic.twitter.com/02tgcvXuFK
— Mumbai Indians (@mipaltan) March 27, 2021
ମୁମ୍ବାଇ ଟିମରେ ରୋହିତ ଶର୍ମା, କୃଣାଳ ପାଣ୍ଡ୍ୟା, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଯସପ୍ରୀତ ବୁମରାଙ୍କ ଭଳି ଖେଳାଳି ରହିଛନ୍ତି। ତେବେ ଆଇପିଏଲରେ ୧୪ ତମ ସଂସ୍କରଣ ଏପ୍ରିଲ୍ ୯ରୁ ଆରମ୍ଭ ହେବ । ସିଜ୍ନର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯିବ। ଏହା ସହ ମେ’ ୩୦ରେ ଆଇପିଏଲ୍-୧୪ର ଫାଇନାଲ୍ ମ୍ୟାଚ୍ ହେବ।