ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକତା ନାଇଟ୍ ରାଇଡର୍ସ ମୁହାଁମୁହିଁ, ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ମୁମ୍ବାଇ

ଆଇପିଏଲରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଛି । ଦଳ ବିଜୟ ଖାତା ଖୋଲିବା ଲକ୍ଷ୍ୟ ନେଇ ଖେଳିବ । କଲକାତା ନାଇଟ୍ ରାଇଡର୍ସ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ ।
ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ ଡିଫେଣ୍ଡିଂ ଚାମ୍ପିଅନ କୋଲକତା ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୮ ୱିକେଟରେ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଛି ।
କେକେଆର ଟିମ୍ ବ୍ୟାଟିଂ ଓ ବୋଲିଂ ବିଭାଗରେ ସ୍ଥିର ପ୍ରଦର୍ଶନ କରୁଥିବାରୁ ବିଜୟ ଧାରାକୁ ବଜାୟ ରଖିବା ନେଇ ଉଦ୍ୟମ କରିବ । ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦୁଇ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ନିକଟରୁ ପରାଜିତ ହୋଇଛି । ଦଳ ନିକଟରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଓ ରିୟାନ ରିକେଲଟଙ୍କ ଭଳି ତାରକା ରହିଥିଲେ ମଧ୍ୟ ବ୍ୟାଟିଂ ବିଫଳତା ଦେଖିବାକୁ ମିଳିଛି ।
ସ୍ଲୋ ଓଭର ବୋଲିଂ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି । ଅହମଦାବାଦରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍କୁ ୩୬ ରନ୍ରେ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ସମୟରେ କମ୍ ଓଭର ବୋଲିଂ କରିଥିବାରୁ ଅଧିନାୟକ ପାଣ୍ଡ୍ୟାଙ୍କୁ ଜରିମାନା ହୋଇଛି । ଏହା ଚଳିତ ଆଇପିଏଲ୍ରେ ମୁମ୍ବାଇର ପ୍ରଥମ ଦୋଷ ହୋଇଥିବାରୁ ହାର୍ଦ୍ଦିକ ଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ସହ ଦଳକୁ ଗୋଟିଏ ଡିମେରିଟ୍ ପଏଣ୍ଟ୍ ମିଳିଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ଦ୍ବାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ର୍ୟାନ୍ ରିକେଲଟନ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରବିନ ମିଞ୍ଜ, ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ମୁଜିବ ଉର ରେହମାନ, ମିଚେଲ ସାଣ୍ଟନର/ବିଘ୍ନେଶ ପୁଥୁର ।
ନାଇଟ୍ ରାଇଡର୍ସ: କ୍ୱିଣ୍ଟନ ଡି’କକ୍, ସୁନୀଲ ନାରାଏନ୍/ମୋଇନ୍ ଅଲି, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ସ୍ପେନସର ଜନସନ୍, ବୈଭବ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।
Also Read : ଚେନ୍ନାଇ ଠାରୁ ଜିତିଲେ ସିନା ହେଲେ ୧୨ ଲକ୍ଷ ଘାଟା ହେଲା ରିୟାନ ପରାଗଙ୍କର