ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ପରାଜୟ, ୭ ଓ୍ଵିକେଟରେ ହରାଇଛି RCB

କେନ୍ୟୁଜ୍(ବ୍ୟୁରୋ):ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ପରାଜୟ । ଆଇପିଏଲ ଇତିହାସରେ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ପ୍ରଥମ ୪ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ମୁମ୍ବାଇକୁ ୭ ଓ୍ଵିକେଟରେ ଆରସିବି ହରାଇଛି । ୭୯ ରନରେ ୬ଟି ଓ୍ଵିକେଟ ପଡିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ମୁମ୍ବାଇ ୬ ଓ୍ଵିକେଟରେ ୧୫୧ରନ କରିଥିଲା ।

ପରେ ଅନୁଜ ରାଓ୍ଵତ ଓ ବିରାଟ କୋହଲିଙ୍କ ଲଢ଼ୁଅର ଇନିଂସ ବଳରେ ୯ଟି ବଲ ବାକି ଥାଇ ୩ ଓ୍ଵିକେଟ ହରାଇ ଆରସିବି ଜିତିନେଇଥିଲା । ୪ଟି ମ୍ୟାରେ ଆରସିବି ତୃତୀୟ ବିଜୟ ହାସଲ କରିଛି । ଅନୁଜ ୪୭ ବଲରୁ ୬ଟି ଛକା ସହ ୬୭ ରନ କରିଥିବା ବେଳେ ବେଳେ କୋହଲି ୪୮ ରନ କରିଥିଲେ ।

 ଗତବର୍ଷ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସର ଖରାପ ପ୍ରଦର୍ଶନ ଜାରି ରହିଛି । ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ୱରେ CSK କ୍ରମାଗତ ଚତୁର୍ଥ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଖାତା ଖୋଲି ପାରିନାହିଁ । ଅଭିଷେକ ଶର୍ମାଙ୍କ ୭୫ ରନ ବଳରେ ହାଇଦ୍ରାବାଦ ୮ ଓ୍ଵିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ସନରାଇଜର୍ସର ଏହା ପ୍ରଥମ ବିଜୟ । ଚେନ୍ନାଇ ୭ ଓ୍ଵିକେଟରେ ୧୫୪ ରନ କରିଥିଲା । ଓ୍ଵିଲିୟମସନ ୪୦ ବଲରୁ ୩୨ ରନ କରି ଆଉଟ ହୋଇଥିଲେ । ଅଭିଷେକ ୫୦ ବଲରୁ ୩ଟି ଛକା ସହ ୭୫ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ ୧୫ ବଲରେ ୩୯ ରନ କରି ଅପରାଜିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.